ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ କରାଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି। ଯାହା ଫଳରେ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବନ୍ୟାସ୍ଥିତିର ସମୀକ୍ଷା ପରେ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍‍ ଘୋଷଣା କରିଛନ୍ତି। ବନ୍ୟା ପ୍ରଭାବିତ ୫ ଜିଲ୍ଲାପାଇଁ ସାତ ଦିନିଆ ରିଲିଫ୍‍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟାରେ ପ୍ରଭାବିତ ବଲାଙ୍ଗୀର , ସୁବର୍ଣ୍ଣପୁର, କନ୍ଧମାଳ,କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‍ ଘୋଷଣା କରିଛନ୍ତି। ପ୍ରାପ୍ତ ବୟସ୍କ ଲୋକଙ୍କ ପାଇଁ ଦିନକୁ ୬୦ ଟଙ୍କା ଏବଂ ପିଲାଙ୍କ ପାଇଁ ଦିନକୁ ୪୫ ଟଙ୍କାର ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.