ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ୨ୟ ତ୍ରୟମାସ ନିଟ୍ ଲାଭ ୪୬% ବୃଦ୍ଧି ସହ ୧୫,୪୭୯ କୋଟି ଟଙ୍କା

ମୁମ୍ବଇ : ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ର ନିଟ ଲାଭ ୪୬% ବୃଦ୍ଧି ପାଇ ୧୫,୪୭୯ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ଦ୍ୱିତୀୟ ତ୍ରୟମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିଟ୍ ଲାଭ ୧୦,୬୦୨ କୋଟି ଟଙ୍କା ଥିବା ବେଳେ ଜୁନରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କମ୍ପାନି ୧୩,୮୦୬ କୋଟି ଟଙ୍କା ଲାଭ କରିଥିଲା।
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ କମ୍ପାନିର ରିଟେଲ୍, ଡିଜିଟାଲ୍ ଏବଂ ତୈଳ ଠାରୁ ଆରମ୍ଭ କରି କେମିକାଲ୍ (ରସାୟନ) ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭଲ ବ୍ୟବସାୟ ହୋଇଛି। କମ୍ପାନିର ମୋଟ ରାଜସ୍ୱ, ଗତବର୍ଷ ଏହି ସମୟ ତୁଳନାରେ ୪୯.୨ ପ୍ରତିଶତ ବୃଦ୍ଧି ସହ ୧.୯୧ ଲକ୍ଷ କୋଟି ଟଙ୍କାରେ ପହଂଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

 

 

Comments are closed.