ରାମମନ୍ଦିର ବିବାଦ: ରିଜ୍‍ଭୀଙ୍କ ବିରୋଧରେ ଫତ୍‍ୱା ଜାରି

0

ନୂଆଦିଲ୍ଲୀ : ୨୬ ବର୍ଷ ପୁରୁଣା ଅଯୋଧ୍ୟା ମାମଲାକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ୱାକଫର ସମ୍ପତ୍ତି ଉପରେ ମନ୍ଦିର ଅଥବା ଅନ୍ୟ କୌଣସି ଧାର୍ମିକ ପୀଠ ସ୍ଥାପନର ଅନୁମତି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଶିଆ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ତଥା ଇରାକର ଆୟତୁଲ୍ଲା ଅଲ୍ଲୀ ଅଲ୍‍-ସିସ୍ତାନୀ ଫତୱା ଜାରି କରିଛନ୍ତି। ଉଲ୍ଲେଖ ଯେ, ରାମମନ୍ଦିର ନିର୍ମାଣ ଲାଗି ୱାକଫର ସମ୍ପତ୍ତି ପ୍ରଦାନ କରିବାକୁ ଉତ୍ତରପ୍ରଦେଶର ଶିଆ ୱାକଫ ବୋର୍ଡ ଅଧ୍ୟକ୍ଷ ୱାସିମ ରିଜଭୀ ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଉପରେ ଫତୱା ଜାରି କରିବାକୁ କାନପୁରର ଶିଆ ବୁଦ୍ଧିଜୀବୀ ଡକ୍ଟର ମଜହର ଆବାସ୍‍ ନକବୀ ଇରାକ୍‍ସ୍ଥିତ ସିସ୍ତାନୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। ଏହି ପରିପ୍ରେକ୍ଷୀରେ ସିସ୍ତାନୀ କହିଛନ୍ତି, ଶିଆ ଶାସକ ମସଜିଦର ନିର୍ମାଣ କରିଥିଲେ। ଏଣୁ ଉକ୍ତ ସମ୍ପତ୍ତି ୱକଫର ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ରିଜଭୀ କହିଛନ୍ତି, ବାବରୀ ମସଜିଦକୁ ନେଇ ମାମଲା ରୁଜୁ କରିଥିବା ଲୋକଙ୍କୁ ସମର୍ଥନ କରିବା ନିମନ୍ତେ ଶିଆ ୱାକଫ ବୋର୍ଡ ଉପରେ ଅନ୍ତର୍ଜାତୀୟ ଚାପ ରହିଛି। ଏକ ରଣନୀତିକ୍ରମେ ଆୟତୁଲ୍ଲା ଏଭଳି ଫତୱା ଜାରି କରିଛନ୍ତି। ଶିଆ ୱାକଫ ବୋର୍ଡ କୌଣସି ଆତଙ୍କ ଅଥବା ଫତୱାର ଚାପରେ ପଡିବା ପରିବର୍ତ୍ତେ ଭାରତୀୟ ସମ୍ବିଧାନରେ ଉଲ୍ଲିଖିତ ନିୟମ ଅନୁସାରେ ପରିଚାଳିତ ହେବ।

Leave A Reply