ଓଡ଼ିଆଣୀ ରାଗିଣୀ

ବଙ୍ଗୀୟ ସୁନ୍ଦରୀ ରଚନା, ଝିଲିକଙ୍କ ପରେ ଓଡ଼ିଆ ଓ ଓଡ଼ିଶା ପ୍ରେମରେ ପଡ଼ିଯାଇଛନ୍ତି ଅଭିନେତ୍ରୀ ରାଗିଣୀ ସୂତ୍ରଧର। ବଙ୍ଗଳାରେ ଜନ୍ମିତ ଏହି ଅଭିନେତ୍ରୀ ରହନ୍ତି ମୁମ୍ବଇରେ। ବଙ୍ଗଳା ସହ ହିନ୍ଦୀ ଚିତ୍ର ବି ସେ କରିଛନ୍ତି। ହେଲେ ତାଙ୍କ ମନ ରହିଯାଇଛି ଓଲିଉଡରେ।

 

ଓଡ଼ିଶା ଆସିଲେ ସହଜରେ ଛାଡ଼ିଯିବାକୁ ମନ ହୁଏନା। ଓଡ଼ିଆ ଖାଦ୍ୟ, ଓଡ଼ିଶାର ପରିବେଶ ଓ ଚଳଚ୍ଚିତ୍ରକୁ ସେ ଭଲ ପାଆନ୍ତି ବୋଲି କହନ୍ତି। ଯଦିଓ ଅଧିକ ଓଡ଼ିଆ ଚିତ୍ରରେ ତାଙ୍କୁ ସୁଯୋଗ ମିଳିନି ତେବେ ତାଙ୍କ ଲକ୍ଷ୍ୟ ରହିଛି କିଛି ଭଲ ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ବସା ବାନ୍ଧିବା। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆରେ କଥା ହେବା ମଧ୍ୟ ଶିଖିଯାଇଛନ୍ତି ରାଗିଣୀ।

ଏସବୁ କେବଳ ୟୁନିଟ୍‍ ଲୋକଙ୍କ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ‘ଦେଖା ହେଲା ପ୍ରେମ ହେଲା’ ପରେ ରାଗିଣୀ ଏବେ ଦିଲୀପ ପଣ୍ଡାଙ୍କ ନିର୍ଦେଶିତ ‘ଲାଗେ ପ୍ରେମ ନଜର’ ଚିତ୍ରରେ ଅଭିନୟ କରୁଛନ୍ତି। ଓଡ଼ିଆ ଦର୍ଶକଙ୍କ ଭଲ ପାଇବା ତାଙ୍କୁ ଅଭିଭୂତ କରିଥିବା ସେ ମତବ୍ୟକ୍ତ କରିଛନ୍ତି।

Comments are closed.