ଦକ୍ଷିଣହସ୍ତରେ ଭୋଜନ କରିବାର କାରଣ

0

ହିନ୍ଦୁ ଧର୍ମରେ ଶରୀରର ଦକ୍ଷିଣ ପଟକୁ ଖୁବ୍ ଶୁଭ କୁହାଯାଇଥାଏ। ଯେକୌଣସି ଶୁଭ କାର୍ଯ୍ୟରେ ଡ଼ାହାଣ ହାତର ବ୍ୟବହାର କରିବା ପାଇଁ ଉପଦେଶ ମଧ୍ୟ ଦିଆଯାଇଛି। ପୂଜାପାଠରେ ମଧ୍ୟ ଦକ୍ଷିଣ ହସ୍ତର ବ୍ୟବହାର ହୋଇଥାଏ। ଯଜ୍ଞ ଆଦି ସମସ୍ତ ଧାର୍ମିକ କାର୍ଯ୍ୟରେ ମଧ୍ୟ ଦକ୍ଷିଣ ହସ୍ତର ବ୍ୟବହାର ହୋଇଥାଏ। ସିଧା ହସ୍ତ ବା ଦକ୍ଷିଣ ହସ୍ତରେ ହିଁ ଖାଦ୍ୟ ଖାଇବା ଉଚିତ। ଏହାର କିଛି ସ୍ୱତନ୍ତ୍ର କାରଣ ରହିଛି। ଜାଣନ୍ତୁ, ତାହା କଣ….
ହିନ୍ଦୁଧର୍ମରେ ଭୋଜନକୁ ଯଜ୍ଞ ସହ ତୁଳନା କରାଯାଇଛି। ତେଣୁ ଯଜ୍ଞ ସର୍ବଦା ଦକ୍ଷିଣ ହସ୍ତରେ କରିବା ଦ୍ୱାରା ହିଁ ଏହାର ପ୍ରକୃତ ମହତ୍ତ୍ୱ ସାଧିତ ହୋଇଥାଏ। ତେଣୁ ଦକ୍ଷିଣ ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ମନ ଓ ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ।
ଦକ୍ଷିଣ ହସ୍ତକୁ ସୂର୍ଯ୍ୟ ନାଡ଼ିର ପ୍ରତିନିଧତ୍ୱ କୁହାଯାଇଥାଏ। ଏହି ହସ୍ତରେ ଭୋଜନ କରିବା ଦ୍ୱାରା ଶରୀରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଖାଦ୍ୟ ସଠିକ୍‍ ଭାବେ ହଜମ ହୋଇଥାଏ।
ଏହି ହସ୍ତରେ ଖାଦ୍ୟ ଖାଇବା ପରେ ମଧ୍ୟ ଶାନ୍ତି ଅନୁଭବ ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଏହି ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ସଂପୂର୍ଣ ଭାବେ ଖାଦ୍ୟ ଗ୍ରହଣ କରିଥାଏ ବୋଲି କୁହାଯାଏ।

Leave A Reply