ଜାଣନ୍ତୁ ପୂଜାର୍ଚ୍ଚନା କରିବା ସମୟରେ କେଉଁ କାରଣରୁ ଭଗବାନଙ୍କୁ ଚାଉଳ ଅର୍ପଣ କରାଯାଏ

ସମସ୍ତ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନାରେ ଚାଉଳର ବିଶେଷ ଭାବେ ବ୍ୟବହାର କରାଯାଇଥାଏ। ଚାଉଳର ବ୍ୟବହାର ବିନା ପୂଜା ସମ୍ପନ୍ନ ହୋଇନଥାଏ। ଚାଉଳକୁ ଅକ୍ଷତ ବୋଲି କୁହାଯାଏ। ଅକ୍ଷତର ଅର୍ଥ ହେଉଛି ଯାହା ଭଗ୍ନ ନୁହେଁ। ଯେକୌଣସି ପୂଜାରେ ସିନ୍ଦୂର, ହଳଦୀ, କୁଙ୍କୁମ ସହ ଅକ୍ଷତ ଅର୍ପଣ କରାଯାଏ। ଭଗବାନଙ୍କ ନିକଟରେ ଚାଉଳ ଅର୍ପଣ କରିବାର କାରଣ ବିଷୟରେ ଜାଣନ୍ତୁ….
ପୂଜାର୍ଚ୍ଚନା କରିବା ସମୟରେ ଦେବାଦେବୀଙ୍କୁ ଚାଉଳ ଅର୍ପଣ କରାଯାଏ। ଏହାସହ ଯେକୌଣସି ବ୍ୟକ୍ତିଙ୍କୁ ତିଳକ ଲଗାଇବା ସମୟରେ ମଧ୍ୟ ସିନ୍ଦୂର ଉପରେ ଚାଉଳ ଲଗାଯାଏ।
ପୁରାଣ ଅନୁଯାୟୀ ଅକ୍ଷତର ଅର୍ଥ ଯେପରି ଅଭଗ୍ନ ସେପରି ଭଗବାନଙ୍କ ପ୍ରତି ଆମ ଶ୍ରଦ୍ଧା ଭକ୍ତି ମଧ୍ୟ ଅଖଣ୍ଡ। ଏହି କାରଣରୁ ଭଗବାନଙ୍କ ନିକଟରେ ଚାଉଳ ଅର୍ପଣ କରାଯାଏ। ଚାଉଳର ବ୍ୟବହାର କରି ଶ୍ରଦ୍ଧାପୂର୍ବକ ଭକ୍ତି ଭାବନା ସହ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ପ୍ରଭୁଙ୍କ କୃପା ସର୍ବଦା ରହିଥାଏ।
ଚାଉଳକୁ ଅନ୍ନ ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଏ। ଏହାର ଧଳା ରଙ୍ଗ ଶାନ୍ତିର ପ୍ରତୀକ।
ଚାଉଳ ଅର୍ପଣ କରି ଭଗବାନଙ୍କୁ ପ୍ରାର୍ଥନା କରାଯାଏ ଯେ, ଆମର ସମସ୍ତ କାର୍ଯ୍ୟ ପୂର୍ଣ୍ଣ ଏବଂ ଶାନ୍ତିରେ ହେଉ।
ଭଗବାନଙ୍କୁ ଚାଉଳ ଅର୍ପଣ କରୁଥିବା ସମୟରେ ଧ୍ୟାନ ଦେବେ ଯେ, ଚାଉଳ ଯେପରି ଭାଙ୍ଗି ନଥିବ, ଏହା ସ୍ୱଚ୍ଛ ହୋଇଥିବ।

Comments are closed.