ଚାଉଳଗୁଣ୍ଡ ଖିରୀ

ଆବଶ୍ୟକ ସାମଗ୍ରୀ
ଖିର – ୧ଲିଟର ରୁ କମ
ଚାଉଳଗୁଣ୍ଡ – ୪ ଚାମଚ
ଚିନି – ଆବଶ୍ୟକ ପରିମାଣରେ
କାଜୁ – (କଟା ହୋଇଥିବା )୩ ଚାମଚ
ପିସ୍ତା ବାଦାମ, ବାଦାମ – (କଟା ହୋଇଥିବା) ୩ ଚାମଚ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ଖିରକୁ ଭଲ ଭାବେ ଫୁଟାନ୍ତୁ। ଖିର ଭଲ ଭାବେ ଫୁଟିଗଲେ ଏଥିରେ ଚାଉଳ ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ଚିନି ପକାନ୍ତୁ। ଚିନି ପକାଇବା ପରେ ଗୁଜୁରାତି ଗୁଣ୍ଡ ପକାଇ କିଛି ସମୟ ଗ୍ୟାସରେ ବସାନ୍ତୁ। ଗ୍ୟାସରେ ଓହ୍ଲାଇ ଏକ ପାତ୍ରକୁ କାଢିବା ପରେ ଏହା ଉପରେ କାଜୁ, ବାଦାମ, ପିସ୍ତା ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳଗୁଣ୍ଡ ଖିରୀ।

Comments are closed.