ବଳକା ଭାତରୁ କରନ୍ତୁ ସୁସ୍ୱାଦୁ ପକୁଡି

ସାଧାରଣତଃ ପକୁଡି ବେସନରେ ପ୍ରସ୍ତୁତ କରାଯାଏ । ବେସନ ପକୁଡି ପ୍ରାୟ ସମସ୍ତେ ଖାଇଥିବେ ଏବଂ ଏହାର ପ୍ରସ୍ତୁତ ମଧ୍ୟ ସମସ୍ତଙ୍କୁ ଜଣାଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଶିଖାଇବୁ ବଳକା ଭାତରୁ ପକୁଡି । ବଳକା ଭାତକୁ ନ ଫିଙ୍ଗି ସେଥିରୁ ଦୁସ୍ବାଦୁ ପକୁଡି ପ୍ରସ୍ତୁତ କରନ୍ତୁ । ଶରୀର ପାଇଁ ମଧ୍ୟ ହିତକାର ।

ସାମଗ୍ରୀ

ଗୋଟିଏ ଗିନା ଭାତ
ଗୋଟିଏ କଟା ପିଆଜ
୨-୩ଟି କଟା ଲଙ୍କା
ଏକ ଛୋଟ ଚାମଚ ଲଙ୍କା ପାଉଡର
ଏକ ଛୋଟ ଚାମଚ ଧନିଆ ପାଉଡର
ଲୁଣ ସ୍ୱାଦ ଅନୁସାରେ
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ

ଭାତ ପକୁଡି କରିବା ପାଇଁ ପ୍ରଥମେ ଗୋଟିଏ ଗିନା ଭାତକୁ ଚକଡି ରଖନ୍ତୁ । ସେଥିରେ ପିଆଜ, କଟା ଲଙ୍କା, ଲଙ୍କା ପାଉଡର, ଧନିଆ ପାଉଡର, ଲୁଣ ଗୋଳେଇ ଛୋଟ ଛୋଟ ଆକରର ପିଠା ପ୍ରସ୍ତୁତ କରନ୍ତୁ । ଧିମା ଆଞ୍ଚରେ ଏକ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପିଠାକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଗରମଗରମ ଭାତ ପକୋଡି । ପରସି ଦିଅନ୍ତୁ ଧନିଆ ଚଟଣୀ ସହ ଗରମଗରମ ଭାତ ପକୁଡ ।

Comments are closed.