ନବ ନିଯୁକ୍ତ ଆରଆଇ ମାନଙ୍କ ପ୍ରଶିକ୍ଷଣ ଶିବିର

ଯାଜପୁର :  ରାଜସ୍ୱ ନିରୀକ୍ଷକ ବା ଆରଆଇ ପଦବୀ ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପଦ।  ଚାକିରୀ ଆରମ୍ଭରୁ ଏହି ପଦବୀ ପାଇଁ ତାଲିମ ଏକ ବିଶେଷ ମହତ୍ବ ରଖିଥାଏ ।  କାରଣ  ପରବର୍ତ୍ତି ସମୟରେ ଏହି ତାଲିମ ହିଁ ସଂପୂର୍ଣ୍ଣ ଚାକିରୀ ଜୀବନକୁ ସହାୟତା କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ମତ ବ୍ୟକ୍ତ କରିଚ୍ଥନ୍ତି । ସୋମବାର  ଯାଜପୁର ବ୍ଲକ ପରିସର ପଂଚାୟତ ସାଧନ କେନ୍ଦ୍ରରେ ନବ ନିଯୁକ୍ତ ଆର.ଆଇ. ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।  ଏହି ଶିବିର ଜାନୁୟାରୀ ୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।  ଏହାକୁ ଊଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଳ୍ଲିକ ରାଜସ୍ୱ  ଆଇନ ଓ ନିୟମ ସହ ବିପର୍ଯ୍ୟୟ  ପ୍ରଶମନକୁ ମଧ୍ୟ ସରକାର ସାମିଲ କରିଚ୍ଥନ୍ତି ।  ତେଣୁ ନୂତନ ରାଜସ୍ୱ କର୍ମଚାରୀ ମାନେ ଊପଯୁକ୍ତ ଭାବେ ପ୍ରଶିକ୍ଷଣ ନେଇ ନିଜକୁ ସୁଦକ୍ଷ କରିବାକୁ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ପ୍ରଶିକ୍ଷଣ ସମୟରେ ଅନୁପସ୍ଥିତ ନ ରହିବା, ମନରେ ଥିବା ବିଭିନ୍ନ ପ୍ରଶ୍ନକୁ ଊତ୍ଥାପନ କରିବା, ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେବା ସହ ବିଭିନ୍ନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ନିୟମାବଳୀକୁ ଅନୁସରଣ କରିବାକୁ  ପରାମର୍ଶ ଦେଇଥିଲେ।  ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ ବିଭିନ୍ନ ଊଦାହରଣ ଚ୍ଥଳରେ ରାଜସ୍ୱ ନିୟମ, କ୍ଷେତ୍ର ଅନୁଭୁତି ଓ କାର୍ଯ୍ୟ ସମୟରେ ବିବିଧ ସମସ୍ୟା  ଓ ସମାଧାନ ସଂପର୍କରେ ଆଲୋକପାତ କରିଥିଲେ ।  ଊପ ଜିଲ୍ଲାପାଳ ଡଃ  ଶରତ ଚନ୍ଦ୍ର ମହାପାତ୍ର ରାଜସ୍ୱ ପଦବୀଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଜନସାଧାରଣଙ୍କ ନିକଟରେ ପହିଥିବା ପଦ ।  ସାଧାରଣ ଲୋକଙ୍କର ବିବିଧ ଜମିବାଡି ସମସ୍ୟା ହେଊ କିମ୍ବା ଊନ୍ନୟନ ମୂଳକ ଯୋଜନାରେ ସାମିଲ କାର୍ଯ୍ୟକ୍ରମ ହେଉ ଆରଆଇର ସହାୟତା ଆବଶ୍ୟକ ପଡିଥାଏ ।  ତେଣୁ ପ୍ରତ୍ୟେକ ଅତି ନିଷ୍ଠାପର ଭାବେ ତାଲିମ ଗ୍ରହଣ ପାଇଁ ସେ ମତ ଦେଇଥିଲେ ।  ରସୁଲପୁର ତହସିଲଦାର ନିରଂଜନ ସାହୁ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଏପିଡି ମଧୁମିତା ପୃଷ୍ଟି ଓ ରାଜସ୍ବ ସୁପରଭାଇଜର ଗୈାରାଙ୍ଗ ଚରଣ ଶତପଥୀ ବିସ୍ତୃତ ତାଲିମ ପ୍ରଦାନ କରି ରାଜସ୍ୱ, ନିୟମ, ଆଇନ, ଆରଆଇମାନଙ୍କର ଦାୟିତ୍ୱ, ସାଧାରଣ ଜନତାଙ୍କ ପ୍ରତି ବ୍ୟବହାର ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ। ପ୍ରଥମ ପର୍ଯ୍ୟାୟ ଏହି ତାଲିମ ଶିବିରରେ ଓଡିଶା ମ୍ୟୁଟେସନ ମାନୁଆଲ, ଲ୍ୟାଣ୍ଡ ସେଟେଲମେଣ୍ଟ , ସର୍ଭେ ସେଟେଲମେଣ୍ଟ, ଜମି ସଂସ୍କାର ଆଇନ, ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ , ଓଡିଶା ରିଲିଫ କୋଡ, ସ୍ପେଶାଲ ସର୍ଭେ ଆଣ୍ଡ ସେଟେଲମେଣ୍ଟ , ପଂରେଷ୍ଟ କଞ୍ଜରଭେସନ ଆକ୍ଟ , ପଂରେଷ୍ଟ ରାଇଟ ଆକ୍ଟ , ମାନୁଆଲ ଅଫ  ତହସିଲ ଆକାଊଣ୍ଟ, ଓଡିଶା କାଷ୍ଟ ସାର୍ଟିପିଂକେଟ ରୁଲ,  ବନ୍ଦୋବସ୍ତ  କେଶ୍ ଇତ୍ୟାଦି ସଂପର୍କରେ ବିଷଦ ତାଲିମ ପ୍ରଦାନର  ବ୍ୟବସ୍ଥା କରାଯାଇଚ୍ଥି ।  ଏହି କାର୍ଯ୍ୟକ୍ରମରେ ଯାଜପୁର ଓ କେନ୍ଦ୍ରାପଡାର ୩୬ ଜଣ ଆରଆଇ ଯୋଗଦେଇ ପ୍ରଶିକ୍ଷଣ ନେଊଚ୍ଥନ୍ତି ।

Comments are closed.