ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ

ନୂଆଦିଲ୍ଲୀ: ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି ଅଯୋଧ୍ୟା ମାମଲା। ବହୁ ଚର୍ଚ୍ଚିତ ଏହି ମାମଲାରେ ସୁପ୍ରିମକୋର୍ଟ ଗତ ନଭେମ୍ବର ୯ ତାରିଖରେ ରାୟ ପ୍ରକାଶ କରିଥିବାବେଳେ ସୋମବାର ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ରାୟର ପୁନର୍ବିଚାର ଲାଗି ଜମିୟତ ଉଲେମା-ଏ-ହିନ୍ଦ ନାମକ ମୁସଲମାନ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି।

ସଂଗଠନର କାର୍ଯ୍ୟକାରୀ କମିଟି ଗତ ନଭେମ୍ବର ୧୪ରେ ଏକ ୫ଜଣିଆ ପ୍ୟାନେଲ ଗଠନ କରିଥିଲା। ଏଥିରେ ଆଇନ ବିଶେଷଜ୍ଞ ଏବଂ ଧାର୍ମିକ ବ୍ୟାପାର ସମ୍ବନ୍ଧୀୟ ବିଦ୍ବାନ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟର ପ୍ରତ୍ୟକ ଦିଗକୁ ଦୃଷ୍ଟିରେ ରଖି ଏହି ପ୍ୟାନେଲ ଗଠିତ ହୋଇଥିଲା। ସଂଗଠନର ମୁଖ୍ୟ ମୌଲାନା ଅରଶଦ ମଦନୀଙ୍କ ନେତୃତ୍ଵରେ ଗଠିତ ଏହି ପ୍ୟାନେଲ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେବା ଲାଗି ପୁନର୍ବିଚାର ଆବେଦନ କରାଯିବାର ଆବଶ୍ୟକତାକୁ ଦେଖି ସୁପାରିସ କରିଥିଲା। ଏହା ପରେ ସଂଗଠନ ପକ୍ଷରୁ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି।

Comments are closed.