ପାଟଣା ବିଧାୟକଙ୍କ ସମୀକ୍ଷା ବୈଠକ

ପାଟଣା : ସାହାରପଡା ବ୍ଲକ ପରିସରରେ ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ସହକାରୀ କୃଷି ଅଧିକାରୀ ପ୍ରଜ୍ଞା ପାରମିତା ଜେନା ପ୍ରମୁଖ ଉପସ୍ଥିତି ରହି ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନର କାର୍ୟ୍ୟ ଖସଡ଼ା ବିଷୟରେ ବିଧାୟକଙ୍କୁ ଅବଗତ କରିଥିଲେ। ବୈଠକରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ, ଉଦ୍ୟାନ ଅଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ, ସମବାୟ ବିଭାଗର ଅଧିକାରୀ, ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ସହ ବ୍ଲକର କର୍ମଚାରୀମାନେ ଉକ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।ଏହା ପରେ ବିଧାୟକ ଶ୍ରୀ ନାୟକ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ପଦକ୍ଷେପ ବିଷୟରେ ବିଡ଼ିଓ ଶ୍ରୀ ଖୁଣ୍ଟିଆ ଓ ସହକାରୀ ନିର୍ବାହୀ ଅଧିକାରୀ ସୁକେସ୍ମିତା ନାୟକଙ୍କ ସହ ଆଲୋଚନା କରିଥିଲେ।

Comments are closed.