ଆଗାମୀ ବର୍ଷ ୪୦ ହଜାରରୁ ୫୦ ହଜାର ଟନ ଉତ୍ପାଦନର ଲକ୍ଷ୍ୟ: ମନ୍ତ୍ରୀ

କୃଷିମନ୍ତ୍ରୀଙ୍କ ଅଶୋକ ନିବାସରେ ସମୀକ୍ଷା ବୈଠକ

ବୁର୍ଲା: ହୀରାକୁଦ ଜଳଭଣ୍ଡାରରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା କିପରି ଭାବରେ ଆଗକୁ ବଢ଼ି ପାରିବ ଏହା ଉପରେ ପଦକ୍ଷେପ ନିଆଯାଇଥିବା ଏବଂ ଯୁବଉଦ୍ୟୋଗୀ ମାନଙ୍କ ପାଇଁ ବ୍ୟବସାୟର ସୁଯୋଗ ସୃଷ୍ଟି କରାଯିବା ଲକ୍ଷକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଆଜିକାର ସମୀକ୍ଷା ବୈଠକରେ ମତବ୍ୟକ୍ତ କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ମାଛ ·ଷରେ ଯେଉଁ ଅଗ୍ରଗତି ହୋଇଛି ଆହରୀ କିଛି ସମ୍ଭାବନା ରହିଛି ଏହା ଉପରେ ସମୀକ୍ଷା ହୋଇଥିଲା ନିଶ୍ଚିତ ଭାବରେ ଏଥିରେ ଅଗ୍ରଗତି ହୋଇଛି ଏବଂ ବିଶେଷକରି ଚିପିଲିମା ଠାରେ ମତ୍ସ୍ୟ ଯାଆଁଳା କେନ୍ଦ୍ରରେ ମଧ୍ୟ ମତ୍ସ୍ୟ ଯାଆଁ ଉତ୍ପାଦନରେ ବୃଦ୍ଧି ସମ୍ଭବପର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ବର୍ଷ ଏପ୍ରିଲ ମେ ଜୁନ ମଧ୍ୟରେ ଆଗତୁରା ଯାଆଁଳା ଉତ୍ପାଦନ ୩୦କୋଟିର ଲକ୍ଷ ଯାହାଫଳରେ ମତ୍ସ୍ୟ ଉତ୍ପାଦନରେ ଅଗ୍ରଗତି ହେବ ଏବଂ ସାଧାରଣ ମତ୍ସ୍ୟ ଯାଆଁଳା ୨୦ କୋଟିର ଉତ୍ପାଦନ କରାଯିବାର ଲକ୍ଷ ରଖାଯାଇଛି। ସମୁଦାୟ ୫୦ କୋଟିର ମତ୍ସ୍ୟ ଯାଆଁଳା ଚିପିଲିମାରେ ଉତ୍ପାଦନ ହୋଇପାରିବ ବୋଲି କୃଷିମନ୍ତ୍ରୀ ଶ୍ରୀ ସାହୁ ବ୍ୟକ୍ତ କରିଥିଲେ। ଓଡ଼ିଶା ସରକାରଙ୍କ ସହିତ ଯୁବଉଦ୍ୟୋଗୀ ଷ୍ଟାଟଅଫ୍ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସରକାରଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷରିତ କରିଥିବା ବେଳେ ତାଙ୍କୁ ସରକାରଙ୍କ ତରଫରୁ ସବସିଡ଼ି ମଧ୍ୟ ବ୍ୟବସ୍ତା ହୋଇଥିବା ସୁଚନା ଦେଇଥିଲେ। ସୁଚନା ଦେବାକୁ ଯାଇ କୃଷିମନ୍ତ୍ରୀ ଶ୍ରୀ ସାହୁ ଓଡ଼ିଶାରେ ଗତ ୨୦୦୦ ମସିହାରେ ୨ଲକ୍ଷ ୬୦ ହଜାର ମେଟ୍ରିକ ଟନ ମତ୍ସ୍ୟ ଉତ୍ପାଦିତ ହେବାର ଦୃଷ୍ଟାନ୍ତ ରହିଥିବା ବେଳେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮ ଲକ୍ଷ ୭୩ ହଜାର ମେଟ୍ରିକ ଟନକୁ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଥିବା ନେଇ ସୁଚନା ଦେବା ସହିତ ଆଗକୁ ଆହୁରୀ କିପରି ଅଗ୍ରଗତି ହୋଇ ପାରିବ ଏହା ଉପରେ ପଦକ୍ଷେପ ନିଆ ଯାଇଥିବା ସୁଚନା ଦେଇଥିଲେ। ସରକାରଙ୍କ ତରଫରୁ ପଞ୍ଜୁରୀ ·ଷକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ୪୦ ହଜାର ଟନରୁ ୫୦ ହଜାର ଟନ ମତ୍ସ୍ୟ ଉତ୍ପାଦିତ ହୋଇପାରିବା ନେଇ ଆଶାବ୍ୟକ୍ତ କରିଥିଲେ କୃଷିମନ୍ତ୍ରୀ ଶ୍ରୀ ସାହୁ। ସ୍ୱଳ୍ପ ବର୍ଷା ହେବାକୁ ନେଇ ·ଷ ପ୍ରଭାବିତ ହେବାକୁ ନେଇ ଉତ୍ତରରେ କୃଷିମନ୍ତ୍ରୀ ଶ୍ରୀ ସାହୁ କହିବାକୁ ଯାଇ ୫ଟି ଜିଲ୍ଲାର ୨୭ଟି ବ୍ଲକରେ ସ୍ୱଳ୍ପବୃଷ୍ଟି ହେଇଥିବା ମଧ୍ୟ ସୁଚନା ହସ୍ତଗତ ହୋଇଛି ଏହାକୁ ନେଇ ସମସ୍ତ ବିଭାଗ ସହିତ ଆଲୋଚନା ବିମର୍ଶ କରାଯାଇ ଥିବା ଏବଂ ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ସୁଚନା ଦେଇଥିଲେ। ପଞ୍ଜୁରୀ ମାଛ·ଷ ସସ୍କୃତିକୁ ବର୍ତ୍ତମାନ ଓଡ଼ିଶା ସରକାର ହାତକୁ କରିଛନ୍ତି।

 

୨୦୨୦ ମସିହାର ନିତିଗତ ପଲିସି ହିସାବରେ ·ରୋଟି ବୃହତ ଜଳଭଣ୍ଡାର ମଧ୍ୟରୁ ହୀରାକୁଦ ଜଳଭଣ୍ଡାର ସମେତ ରାଜ୍ୟର ·ରୋଟି ମଧ୍ୟମ ଜଳଭଣ୍ଡାର ରହିଥିବା ବେଳେ ୧ ପ୍ରତିଶତ ଜଳରାଶି ଏହି ପଞ୍ଜୁରୀ ମାଛ·ଷରେ ଉପଯୋଗରେ ଅଣାଯାଇ ପାରିବ। ଏହି ଆଧାରରେ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରରେ ୦.୧ ପ୍ରତିଶତ ଜଳରାଶି ଲିଜରେ ଦିଆଯାଇଛି ମାତ୍ର ହୀରାକୁଦ ଜଳଭଣ୍ଡାରର ୧ ପ୍ରତିଶତ ଜଳରାଶି ଲିଜରେ ଦିଆଯାଇ ଉପଯୋଗରେ ଅଣା ଯାଇପାରିବ ବୋଲି ଜଣେ ଅଧିକାରୀ ସୁଚନା ଦେଇଛନ୍ତି। ସେପଟେ ୨ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦିତ ହେବା ସମ୍ଭାବନା ରହିଛି ଯେହେତୁ ସରକାର ପଞ୍ଜୁରୀ ମାଛ·ଷକୁ ପ୍ରୋତ୍ସାହିତ କରିଥିବା ବ୍ୟକ୍ତ କରିଥିଲେ। ପଞ୍ଜୁରୀ ମାଛ ·ଷର ଅନେକ ପରିସର ରହିଛି କାରଣ ରାଜ୍ୟର ଜନସଂଖ୍ୟାର ୯୦ ପ୍ରତିଶତ ସେମାନଙ୍କ ନିୟମିତ ଖାଦ୍ୟରେ ମାଛକୁ ପ୍ରାଧାନ୍ୟ ଦେଇଥାନ୍ତି। ତେଲପିଆ ଏବଂ ପାଞ୍ଜାସିଅସ ମାଛ ପଞ୍ଜୁରୀ ମାଛ·ଷରେ ଅର୍ନ୍ତଭୁକ୍ତ କରଯାଇ ପାରେ ବୋଲି ଅଧିକାରୀ ଜଣକ ବ୍ୟକ୍ତ କରିଛନ୍ତି। ବିଶେଷକରି ତେଲପିଆ ୟୁନାଇଟେଡ଼ ଷ୍ଟେଟ, ୟୁରୋପ ଏବଂ ସାଉଥ ଇଷ୍ଟ ଏସିଆ ଦେଶ ମାନଙ୍କରେ ଏହାର ·ହିଦା ଅଧିକ ବୋଲି ଅଧିକାରୀ ଜଣକ ବ୍ୟକ୍ତ କରିଛନ୍ତି। ଆଜିକାର ସମୀକ୍ଷା ବୈଠକରେ ବିଭାଗୀୟ ସଚିବଙ୍କ ସହିତ ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ବ୍ରଜପ୍ରସାଦ ଦ୍ୱିବେଦୀ, କୃଷି ବିଭାଗୀୟ ଅଧିକାରୀ , ପିଡ଼ିଡ଼ିଆରଡ଼ିଏ ସୁକାନ୍ତ ତ୍ରିପାଠୀଙ୍କ ସମେତ କୃଷି ବିଭାଗର ସଚିବ ମଧ୍ୟ ଉପସ୍ତିତ ରହିଥିଲେ। ମତ୍ସ୍ୟ କମ୍ପାନି ସମେତ ଯୁବ ଉଦ୍ୟୋଗୀଙ୍କ ସହିତ ମୁଖ୍ୟବନ୍ଧ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନ୍ୟମାନେ ଉପସ୍ତିତ ରହି ସମୀକ୍ଷା କରିଥିଲେ।

Comments are closed.