ହରଭଙ୍ଗା ହାଇସ୍କୁଲରେ ୫ଟି ସମୀକ୍ଷା ବୈଠକ

ହରଭଙ୍ଗା : ହରଭଙ୍ଗା ନୋଡାଲ ହାଇସ୍କୁଲରେ ସୋମବାର ପ୍ରଧାନ ଶିକ୍ଷକ ମୁରଲିଧର ରଣାଙ୍କ ସଭାପତିତ୍ୱରେ ୫ଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜରୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ମୋ ସ୍କୁଲ କମିଟି ସଭାପତି ଜ୍ୟୋର୍ତୀମୟ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲବ କିଶୋର ପଲ୍ଲିଆ, ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ପୂର୍ବତନ ଛାତ୍ର ନୀଳଲୋହିତ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ବୈଠକରେ ସ୍କୁଲର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା। ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପକ୍ଷରୁ ସ୍କୁଲ ଉନ୍ନୟନ କାର୍ଯ୍ୟପାଇଁ ୨୯ହଜାର ଟଙ୍କା ପ୍ରଦାନ କରିଥିଲେ। ପୁରାତନ ଛାତ୍ର ସଂଗ୍ରାମକେଶରୀ ବେହେରା ୧୧ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ। ୭ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ଅତିଶୀଘ୍ର ଲଗାଇବାକୁ ଅବକାଶ ସାହୁ ସୂଚନା ଦେଇଥିଲେ। ବୈଠକରେ ଜିତେନ୍ଦ୍ର ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚିତରଞ୍ଜନ ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.