କରୋନା ସଂକ୍ରମିତ କୋଷର ଫଟୋ ପ୍ରକାଶ

ୱାଶିଂଟନ: ଶ୍ବାସକ୍ରିୟା ପ୍ରକ୍ରିୟାକୁ କରୋନା ଭୂତାଣୁ କିପରି ସଂକ୍ରମଣ କରୁଛି ତାର ଫଟୋ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ପରୀକ୍ଷାଗାରରେ ବିକଶିତ କୋଷକୁ ଭୂତାଣୁ କିପରି ସଂକ୍ରମିତ କରୁଛି ତାର ଫଟୋକୁ ୟୁନିଭର୍ସିଟିକ ଅଫ ନର୍ଥ କରୋଲିନା (ୟୁଏନସି)ର ଚିଲଡ୍ରେନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଉତ୍ତୋଳନ କରିଛି। ସାର୍ସ-ସିଓଭ-୨ ଭୂତାଣୁ ଶ୍ବାସକ୍ରିୟାକୁ ସଂକ୍ରମଣ କରିବାର ଗ୍ରାଫିକ ଓ ସହଜରେ ବୁଝାପଡୁଥିବା ଚିତ୍ର ଦ୍ବାରା ସୂଚିତ କରାଯାଇଛି। ଏହି ଗ୍ରାଫ ଓ ଚିତ୍ରକୁ ନିୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନ୍‌ରେ ପ୍ରକାଶ କରାଯାଇଛି।

Comments are closed.