ଓଡ଼ିଶା ଫେରିଲେଣି ୨,୨୩,୮୪୭ ପ୍ରବାସୀ; ଶ୍ରମଜୀବୀଙ୍କୁ ମିଳିବ ମାଗଣା ଚାଉଳ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉ-ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୯୪୭୪ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨,୨୩,୮୪୭ ଜଣ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

ଆତ୍ମନିର୍ଭର ଭାରତ ଅର୍ଥନୈତିକ ପଦକ୍ଷେପ ଅଧୀନରେ ରେସନ୍‌କାର୍ଡ ନଥିବା ରାଜ୍ୟର ଏବଂ ରାଜ୍ୟ ବାହାରର ଅଟକି ରହିଥିବା ଶ୍ରମଜୀବୀମାନଙ୍କୁ ମୁଣ୍ଡପିଛା ମାସିକ ୫ କେଜି ଚାଉଳ ଓ ପରିବାର ପିଛା ମାସିକ ୧ କେଜି ଚଣା ମେ’ ଓ ଜୁନ୍‌ ୨ ମାସ ପାଇଁ ବିନାମୂଲ୍ୟରେ ବଣ୍ଟନ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.