ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲା ବନଖଣ୍ଡ ଅଧିନସ୍ଥ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ବାରିହାପୁର-ବସୋଇ ରାସ୍ତାରେ ଦନ୍ତାହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସ୍କୁଲ ଏଏସଆଇ ଗୁରୁତର ଆହତ ହୋଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ପ୍ରାଣହାନି ଘଟିଛି। ମୃତ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ହେଉଛନ୍ତି ବାରିହାପୁର ଗାଁର କାଳନ୍ଦୀ ଚରଣ ସାହୁ। ସୂଚନା ମୁତାବକ ଶ୍ରୀ ସାହୁ ସାଇକଲରେ ନିଜ ଗାଁ ବାରିହାପୁରରୁ ବସୋଇ ଆଡ଼କୁ ଯାଉଥିବା ବେଳେ ରାସ୍ତାରେ ଦନ୍ତା ଆକ୍ରମଣ କରିଥିଲା। ଏଏସଆଇଙ୍କ ମୃତ୍ୟୁରେ ସମଗ୍ର ପରଜଙ୍ଗରେ ଶୋକର ଛାୟା ଖେଳାଇଦେଇଛି।

Comments are closed.