ହୃଦଘାତରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବଡ଼ସାହି : ଶନିବାର ଭୋର ୫ଟା ସମୟରେ ଦେଉଳିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବ୍ରହ୍ମେଶ୍ୱର ସଦୁଆଳ(୬୫)ଙ୍କର ନିଜ ବାସଭବନରେ ପରଲୋକ ଘଟିଛି। ଜଣେ ଅମାୟିକ, ମିଷ୍ଟଭାଷୀ, ଛାତ୍ରବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ସ୍ୱର୍ଗତ ଶିକ୍ଷକଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ ସାଙ୍ଗକୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରି ଗାଁ ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Comments are closed.