୨୨ ଗ୍ରାମ ବ୍ରାଉନସୁଗାର ଜବତ, ଅବସରପ୍ରାପ୍ତ ଯବାନ ଗିରଫ

ପୁରୀ: ବ୍ରାଉନସୁଗାର କାରବାର କରୁଥିବାବେଳେ ଧରାପଡ଼ିଛନ୍ତି ଜଣେ ଅବସରପ୍ରାପ୍ତ ଯବାନ। ଅବକାରୀ ବିଭାଗ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କଠାରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତ ଅବସରପ୍ରାପ୍ତ ଯବାନଙ୍କ ନାମ ହେଉଛି ଅବିନାଶ କୁମାର ବିଶ୍ଵାଳ। ସେ ବ୍ରାଉନସୁଗାର କାରବାର କରୁଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିବା ପରେ ସୋମବାର ସନ୍ଧ୍ୟାରେ ଏକ ଟିମ୍‌ ସାକ୍ଷୀଗୋପାଳରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

Comments are closed.