ଅବସରପ୍ରାପ୍ତ ଓଡ଼ିଶା କ୍ୟାଡ଼ର ଆଇଏଏସଙ୍କୁ କେନ୍ଦ୍ର ଦେଲା ଗୁରୁତ୍ଵପୂର୍ଣ୍ଣ ନିଯୁକ୍ତି

ଗତ ​‌ମେ ମାସ​‌ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଇଞ୍ଜେଟି ଶ୍ରୀନିବାସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଯୁକ୍ତି । ତାଙ୍କୁ ଆନ୍ତର୍ଜାତିକ ଆର୍ଥିକ ସେବା ସଂସ୍ଥା ପ୍ରାଧିକରଣର ଅଧ୍ୟକ୍ଷ ଭାବ​‌ରେ ନିଯୁକ୍ତି ଦେବାକୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି । ସେ ୩ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ । ଶ୍ରୀନିବାସ ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ।

Comments are closed.