ଖୁଚୁରା ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷର ସେପ୍ଟେମ୍ବର​ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତର ୭.୩୪%ରେ ପହଞ୍ଚିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଏହାର ମୁଖ୍ୟ କାରଣ। ଅଗଷ୍ଟରେ ଶିଳ୍ପ ଉତ୍ପାଦନ ସୂଚୀରେ ୮% ହ୍ରାସ ଘଟିଛି। ବିନିର୍ମାଣ, ଖଣିଜ ଖନନ ଏବଂ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଉତ୍ପାଦନ କମ୍‌ ରହିବା ଯୋଗୁ ଅଗଷ୍ଟରେ ଶିଳ୍ପ ଉତ୍ପାଦନ ପ୍ରଦର୍ଶନ ନୌରାଶ୍ୟଜନକ ରହିଥିଲା। ଜାତୀୟ ପରିସଂଖ୍ୟା କାର୍ଯ୍ୟାଳୟ (ସିଏସ୍‌ଓ) ସୂତ୍ରରୁ ମିଳିଥିବା ତଥ୍ୟାନୁଯାୟୀ, ​ଗତ ସେପ୍ଟେମ୍ବରରେ ଖାଉଟି ଖାଦ୍ୟ ମୂଲ୍ୟ ସୂଚୀ (ସିପିଆଇ) ଦୁଇ ଅଙ୍କ ଅତିକ୍ରମ କରିଛି। ଅଗଷ୍ଟରେ ଏହା ୧୦.୬୮% ରହିଥିଲା। ତେବେ ଜୁଲାଇରେ ସିପିଆଇ ୯.୦୫% ରହିଥିବା ସିଏସ୍‌ଓ ପକ୍ଷରୁ ଦର୍ଶାଯାଇଛି।

Comments are closed.