ପ୍ରକାଶ ପାଇଲା +୨ ଉପଶାସ୍ତ୍ରୀ ଓ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଫଳ

ପୁରୀ: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ପରିଚାଳିତ +୨ ଉପଶାସ୍ତ୍ରୀ ଓ +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡଃ. ମଧୁସୂଦନ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। +୨ ଉପଶାସ୍ତ୍ରୀରେ ମୋଟ ୯୪୫୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩୨୫, ଦ୍ଵିତୀୟ ଶ୍ରେଣୀରେ ୪୮୬୦, ତୃତୀୟ ଶ୍ରେଣୀରେ ୧୧୧୪ ଓ କମ୍ପାର୍ଟମେଣ୍ଟାଲରେ ୬୯ ଜଣ ପାସ କରିଛନ୍ତି। ପାସ ହାର ୮୬.୬୬ ପ୍ରତିଶତ ରହିଛି। କପି ଅଭିଯୋଗରେ ଦୁଇ ଜଣକ ପରୀକ୍ଷା ଫଳ ବାତିଲ କରାଯାଇଛି।

ସେହିପରି +୩ ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷାରେ ମୋଟ ୪୭୧୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦୦୮ ଜଣ ଉତ୍ତୀର୍ଣ ହୋଇଛନ୍ତି। ପାସ ହାର ୮୪.୯୬ ପ୍ରତିଶତ ରହିଛି। କପି ଅଭିଯୋଗରେ ୯ ଜଣକ ପରୀକ୍ଷା ଫଳ ବାତିଲ କରାଯାଇଛି। ପରୀକ୍ଷା ଫଳ ‘www.orissaresults.nic.in/’ରେ ଉପଲବ୍ଧ ହେଉଥିବା ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

Comments are closed.