ଦେଖନ୍ତୁ- ରେଷ୍ଟୁରାଣ୍ଟରେ ଡକାୟତି କରିବାକୁ ପଶିଥିବା ବ୍ୟକ୍ତିର ଏପରି ଅବସ୍ଥା କଲେ ସେଠାକାର କର୍ମଚାରୀ

 

ନୂଆଦିଲ୍ଲୀ – ଡକାୟତି କରିବା ଉଦ୍ୟମ ଡକାୟତକୁ ପଡିଲା ମହଙ୍ଗା । ଯେଉଁ ରେଷ୍ଟୁରାଣ୍ଟରେ ପଶିଥିଲା ସେଠାକର କର୍ମଚାରୀ ଡକାୟତକୁ ମାଡ଼ି ବସିବା ପରେ ତାହାର ଅବସ୍ଥା ଖରାପ କରି ଦେଇଥିଲେ। ଡକାୟତିଟି କଳା ପୋଷାକ ସହ କଳା ହେଲମେଟ୍‌ ପିନ୍ଧି କ୍ୟାଶ କାଉଣ୍ଟର ନିକଟରେ ପହଞ୍ଚିଥିଲା । ଏହାପରେ ସେ ସେଠାରେ   ବନ୍ଧୁକ ଦେଖାଇଥିଲା । ଏହି ସମୟରେ ପଛପଟୁ ଜଣେ କର୍ମଚାରୀ ଆସି ଏକ ଫୋଲ୍ଡିଂ ଚେୟରକୁ ଉଠାଇ ଡକାୟତକୁ ଅତର୍କିତ ଆକ୍ରମଣ କରିଥିଲେ ।

 

View this post on Instagram

 

A post shared by Meme wala (@memewalanews)

ଡକାୟତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିବାରୁ ତଳେ ପଡିଯାଇଥିଲା। ସେହି ସେହାସୀ କର୍ମଚାରୀ ଜଣଙ୍କ ତାକୁ ମାଡି ବସିଥିଲେ । ଏହି ସମୟରେ ଅନ୍ୟ କର୍ମଚାରୀମାନେ ତାକୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ । ପରେ ପୋଲିସ ପହଞ୍ଚି ଡକାୟତକୁ ଗିରଫକରିଥିଲେ ।

ଏହା ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି । ଏବେ ଇନଷ୍ଟାରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ।

Comments are closed.