ଭାରତୀୟଙ୍କୁ ଏବେ ନ୍ୟୁଜିଲାଣ୍ଡରେ ପ୍ରବେଶ ମନା : କୋଭିଡ ସଂକ୍ରମଣ ବୃଦ୍ଧିପରେ ଲାଗିଲା କଟକଣା

ଏପ୍ରିଲ ୧୧ରୁ ୨୮ ପର୍ଯ୍ୟନ୍ତ କଟକଣା ରହିବ

ୱେଲିଂଟନ: ଭାରତରେ କୋଭିଡ-୧୯ ସଂକ୍ରମଣ ପୁନଃ ଦ୍ରୁତଗତିରେ ବୃଦ୍ଧିପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ନ୍ୟୁଜିଲାଣ୍ଡକୁ ଭାରତୀୟମାନଙ୍କ ଗସ୍ତ ଉପରେ କଟକଣା ଲାଗୁ କରାଯାଇଛି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନ ଗୁରୁବାର ଏହି ସାମୟିକ କଟକଣା ଲାଗୁ କରିଛନ୍ତି। ତାଙ୍କଦ୍ୱାରା ଜାରି ଆଦେଶ ମୁତାବକ ଭାରତରୁ କେହି ଏବେ ନ୍ୟୁଜିଲାଣ୍ଡକୁ ଆସିପାରିବେ ନାହିଁ। ଏପରିକି ଭାରତରେ ରହୁଥିବା ନ୍ୟୁଜିଲାଣ୍ଡର ନାଗରିକଙ୍କ ସ୍ୱଦେଶ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଏହି କଟକଣା ଚଳିତ ମାସ ୧୧ ତାରିଖ ସ୍ଥାନୀୟ ସମୟ ୪ଟାରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.