ସରକାରଙ୍କ ବଡ଼ ନିଷ୍ପତ୍ତି: ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ ଉପରୁ ହଟିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ମ୍ୟାଲେରିଆ ଚିକିତ୍ସାରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧକୁ ନେଇ ସରକାର ମଙ୍ଗଳବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଔଷଧ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସରକାର ଆଂଶିକ ରୂପେ ଉଠାଇ ନେଇଛନ୍ତି।

ବିଦେଶ ମନ୍ତ୍ରଣାଳୟ ସୂଚନା ଅନୁସାରେ, କେନ୍ଦ୍ର ସରକାର ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ପାରାସିଟାମୋଲ ଔଷଧର ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଆଂଶିକ ଭାବେ ପ୍ରତ୍ୟାହାର କରାଯାଇଛି। ମାନବିକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଦେଶ ଭାରତକୁ ସହାୟତା ମାଗିଛନ୍ତି କେବଳ ସେହି ଦେଶଗୁଡ଼ିକୁ ଏହି ଔଷଧ ଯୋଗାଣ ହୋଇପାରିବ। ତେବେ ଦେଶରେ ଏହି ଔଷଧର ରହିଥିବା ଆବଶ୍ୟକତା ପୂରଣ ହେବା ପରେ ଷ୍ଟକ ରହିଥିବା ଔଷଧକୁ ଦୃଷ୍ଟିରେ ରଖି ଏହାର ରପ୍ତାନୀ କରାଯିବ। ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବାରମ୍ବାର ଏହି ଔଷଧ ଯୋଗାଇବାକୁ ଭାରତକୁ ନିବେଦନ କରାଯାଇଥିଲା। ଏ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ କହିଛନ୍ତି, କରୋନା ଭୂତାଣୁକୁ ନେଇ ବିଶ୍ବରେ ଲାଗିରହଥିବା ମହାସଙ୍କଟ ସମୟରେ ସମସ୍ତେ ମିଳିମିଶି ଲଢ଼ିବା। ଆମେ ବି ବାରମ୍ବାର ଏହି ଦିଗରେ ପଦକ୍ଷେପ ନେଉଛୁ, ଯାହା ଉଦାହରଣ ହେଉଛି ଆମେ ଅନେକ ଦେଶରୁ ବିଭିନ୍ନ ଦେଶର ନାଗରିକଙ୍କୁ ଉଦ୍ଧାର କରିଛୁ।

Comments are closed.