ମହୁମାଛି କାମୁଡାରେ ଜଣେ ଗୁରୁତର

କଲମପୁର: କଲମପୁର ନିକଟସ୍ଥ ବରଗାଁର ସୀମାଂଚଳ ବେହେରୁକ ନାମକ ଜନୈକ ବ୍ୟକ୍ତି ଜାଳେଣୀ ସଂଗ୍ରହ ପାଇଁ କିଛି ସାଥିଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଜାଳେଣୀ ସଂଗ୍ରହ କରୁଥିବା ବେଳେ ଅଚାନକ ମହୁ ଫେଣା ଉପରେ କାଠ ବାଜି ଯିବାରୁ ମହୁମାଛି ଉଡି ଆସି ସୀମାଂଚଳକୁ କାମୁଡି ପକାଇଥିଲେ। ମହୁମାଛି କାମୁଡିବା ଯୋଗୁଁ ସୀମାଂଚଳର ଦେହ ହାତ ଫୁଲିଯାଇ ଗୁରୁତର ହେଇ ପଡ଼ିଥିଲେ। ସାଥି ଜାଳେଣୀ ସଂଗ୍ରହକାରୀ ତୁରନ୍ତ ଉଦ୍ଧାର କରି ସୀମାଂଚଳର ଘରେ ପହଂଚାଇବା ସହ ପରିବାର ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସୀମାଂଚଳଙ୍କ ଦେହସାରା ମହୁ ମାଛି କଣ୍ଟା ସବୁ ଲାଗି ରହିଛି। ଏପରିକି ତାଙ୍କ କାନ ଭିତରେ ମଧ୍ୟ ଏକାଧିକ ମହୁ ମାଛି ପଶି ରହିଥିଲା। ଯାହାକି ସ୍ୱାସ୍ଥ୍ୟ କେନ୍ଦ୍ରର ସହାୟକ କାଢିଥିଲେ। ବର୍ତମାନ ସୀମାଂଚଳଙ୍କ ଅବସ୍ଥା ଗୁରୁତର ଅଛି।

Comments are closed.