କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ଗୁରୁବାର ଠାରୁ ବନ୍ଦ। ଏନେଇ ୨ ତାରିଖ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ କୁହାଯାଇଥିଲେ ମଧ୍ୟ ତାହା ଆଜି ଠାରୁ କାର୍ଯ୍ୟକାରୀ ହୋଇଛି। ସେତୁ ଦୁର୍ବଳ ଥିବା ନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହାର ମରାମତି ପାଇଁ ୬୦ ଦିନ ସମୟ ଲାଗିବ ଏବଂ ସେହି ସମୟରେ ଉକ୍ତ ସେତୁ ଦେଇ ସମସ୍ତ ଗାଡି ଚଳାଚଳ ଓ ଜନ ସାଧାରଣଙ୍କ ଯାତାୟତ ବନ୍ଦ ରଖିବା ଦିଗରେ ପଦକ୍ଷେପ ନେବାକୁ କମିଶନରେଟ ପୁଲିସକୁ କୁହାଯାଇଥିଲା। ଏହାପରେ କମିଶନରେଟ ପୁଲିସର ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ୨୦୦୩ର ଧାରା ୨୮ ବଳରେ ଉକ୍ତ ସେତୁ ଦେଇ ଯାନବାହନ ଓ ଜନ ସାଧାରଣଙ୍କ ଯାତାୟତକୁ ଚଳିତ ବର୍ଷ ମେ ମାସ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେହି ସମୟରେ କୁଆଖାଇ ଉପରେ ଥିବା ଅନ୍ୟ ୨ଟି ସେତୁରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ ବୋଲି ପୁଲିସ କମିଶନରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

Comments are closed.