ଜନ୍ମଦିନ ଉତ୍ସବ ବେଳେ ଭୁଶୁଡ଼ିଲା ରେସ୍ତୋରାଁ : ୨୯ ମୃତ

ବେଜିଂ : ଚୀନର ସାନକ୍ସି ପ୍ରଦେଶରେ ଏକ ଜନ୍ମଦିନ ଉତ୍ସବରେ ଅଘଟଣ ଘଟି ୨୯ଜଣଙ୍କର ମୃତ୍ୟୁ ହେବା ସହ ୨୮ଜଣ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କର ୮୦ତମ ଜନ୍ମଦିନ ଉତ୍ସବ ରେସ୍ତୋରାଁରେ ପାଳିତ ହେଉଥିବାବେଳେ ରେସ୍ତୋରାଁଟି ଭୁଶୁଡି ପଡିଥିଲା। ରବିବାର ରାତିରେ ମିଳିଥିବା ଖବର ଅନୁସାରେ ଜୁକ୍ସିଆନ ରେସ୍ତୋରାଁରେ ଏହି ଅଘଟଣ ଘଟିଛି। ଦୁଇ ମହଲା ରେସ୍ତୋରାଁ ଭଗ୍ନାବଶେଷ ମଧ୍ୟରୁ ୫୭ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୨୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଓ ୨୧ଜଣ ସାମାନ୍ୟ ଆହତ ହୋଇଛନ୍ତି।

Comments are closed.