ଓଡ଼ିଶା ପ୍ରାଶାସନିକ ସେବା ଇତିହାସରେ ନୂଆ ଧାରା: ପଦୋନ୍ନତିରୁ ବର୍ଷ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟ ଆଜି ବର୍ଷର ଶେଷଦିନ ସୁଦ୍ଧା ଶତାଧିକ କର୍ମଚାରୀ ଓ ଅଧିକାରୀଙ୍କୁ ବିଭିନ୍ନ ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯାଇଛି। ଏକକାଳୀନ ଶତାଧିକ କର୍ମଚାରୀ ଓ ଅଧିକାରୀଙ୍କୁ ପଦୋନ୍ନତି ମିଳିବାକୁ ନେଇ ବହୁ କର୍ମଚାରୀ ଓ ଅଧିକାରୀ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶନାମା ଓଡ଼ିଶା ପ୍ରଶାସନିକ ଇତିହାସରେ ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଆଜି ବର୍ଷ ଶେଷ ମଙ୍ଗଳବାର ସୁଦ୍ଧା ୩୪ଜଣ ଆଇଏଏସଙ୍କୁ ପଦୋନ୍ନତି ଦିଆଯାଇଛି। ଏହାସହିତ ୨୧ଜଣ ଆଇପିଏସ, ୮୪ଜଣ ଓଆରଏସ, ୩୪ଜଣ ଓଇଏସ ଏବଂ ୧୪ଜଣ ଏସଓଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗର ବହୁ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି।
ସୂଚନା ଅନୁଯାୟୀ ପଦୋନ୍ନତି ପାଇଥିବା ୩୪ଜଣ ଆଇଏଏସଙ୍କ ମଧ୍ୟରେ ୧୯୮୯ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମା ଏବଂ ପରାଗ ଗୁପ୍ତା ରହିଛନ୍ତି। ଏହି ତିନି ଅଧିକାରୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତିନାମା ପ୍ରକାଶ ପାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଦର୍ଶାଇଛନ୍ତି ଯେ ଶ୍ରୀ ଜେନା ଓ ଡ. ମୋନା ଶର୍ମାଙ୍କୁ ଏଣିକି ଆପେକ୍ସ ସ୍କେଲ ପ୍ରଦାନ କରାଯିବ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ୧୯୯୫ ବ୍ୟାଚର ହେମନ୍ତ ଶର୍ମା, ବିଷ୍ଣୁପଦ ସେଠୀ, ଚିତ୍ରା ଅରୁମୁଗମ ଏବଂ ସୁଶୀଲ କୁମାର ଲୋହାନୀ ରହିଥିବାବେଳେ ୨୦୦୦ବ୍ୟାଚର ଟି. ଜେନୱାପଙ୍ଗ ଏଓ, ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସେନାପତି ଓ ସୁନ୍ଦରଲାଲ ସିଲ ରହିଛନ୍ତି। ୨୦୦୭ ବ୍ୟାଚର ଅରବିନ୍ଦ ଅଗ୍ରୱାଲ, ରବୀନ୍ଦ୍ର ପ୍ରତାପ ସିଂ, ବଲୱନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ବିଜୟ କୁମାର ନାୟକ, ରସିଦ ଖାନ୍, ପ୍ରଦୀପ୍ତ କୁମାର ମହାପାତ୍ର, ସଂଗ୍ରାମଜିତ ନାୟକ, ସୁଶାନ୍ତ ମହାପାତ୍ର, ବିଶ୍ବନାଥ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ନାୟକ ରହିଛନ୍ତି। ଏହାବ୍ୟତୀତ ୨୦୧୧ ବ୍ୟାଚର ଅରିନ୍ଦମ ଡାକୁଆ, ସମର୍ଥା ବର୍ମା, ରଘୁ ଜି, ଆଶିଷ ଠାକରେ, କେ ସୁଦର୍ଶନଙ୍କ ବ୍ୟତୀତ ୨୦୧୫ ବ୍ୟାଚର ଅନନ୍ୟା ଦାସ, ୨୦୧୬ ବ୍ୟାଚର ଦିବ୍ୟଜ୍ୟୋତି ପରିଡା, ବିଶାଳ ସିଂ ଏବଂ ଏସ ଦତ୍ତତ୍ରୟା ବାହୁସାହେବଙ୍କୁ ସୁପର ଗ୍ରେଡ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।
ସେହିପରି ଆଇପିଏସଙ୍କ ମଧ୍ୟରେ ୧୯୯୫ ବ୍ୟାଚର ରାଧାକ୍ରିଷ୍ଣ ଶର୍ମା,ରିତୁ ଆରୋରା, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସନ୍ତୋଷ ବାଲା,ପଦ୍ମାକର ଏସ୍ ରଣପିସେଙ୍କ ସହିତ ୨୦୦୨ ବ୍ୟାଚର ଏସ୍ ପ୍ରବୀଣ କୁମାର, ନରସିଂହ ଭୋଳ, ଅମିତେନ୍ଦ୍ର ନାଥ ସିହ୍ନା, ୨୦୦୬ ବ୍ୟାଚର ଅମ୍ରିତ ଦାଶ, ଅନିରୁଦ୍ଧ କୁମାର ସିଂ, ଅନୁପ କ୍ରିଷ୍ଣା, ସୁଧା ସିଂ ଓ ଅନୁପ କୁମାର ସାହୁ ରହିଛନ୍ତି। ଏହାବ୍ୟତୀତ ୨୦୦୭ ବ୍ୟାଚର ଡ. ସାର୍ଥକ ଷଡ଼ଙ୍ଗୀ, ଅନ୍ବୀଶ କୁମାର, ନୀତି ଶେଖର, ପଣ୍ଡିତ ରାଜେଶ ଉତ୍ତମରାଓ, ୨୦୧୧ ବ୍ୟାଚର ପିନାକ ମିଶ୍ର, ବି. ଯୁଗଳ କିଶୋର କୁମାର, ବତୁଲା ଗଙ୍ଗାଧର, ୨୦୧୩ ବ୍ୟାଚର ମୁକେଶ କୁମାର ଭମ୍ବୋ ଏବଂ ପ୍ରତୀକ ସିଂହ ରହିଛନ୍ତି।
ସେହିପରି ବିଭିନ୍ନ ଗ୍ରେଡରୁ ୫୫ଜଣ କର୍ମଚାରୀଙ୍କୁ ଓଡ଼ିଶା ରାଜସ୍ବ ସେବା( ଓଆରଏସ)କୁ ପଦୋନ୍ନତି ଦିଆଯାଇଥିବାବେଳେ ୨୯ଜଣଙ୍କୁ କେବଳ ରାଜସ୍ବ ବିଭାଗ ପକ୍ଷରୁ ପଦୋନ୍ନତି ମିଳିଛି। ଅନ୍ୟପକ୍ଷରେ ଗଣଶିକ୍ଷା ବିଭାଗ ପକ୍ଷରୁ ୩୪ଜଣ ଓଡ଼ିଶା ଶିକ୍ଷା ସେବା(ଓଇଏସ) ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)କାର୍ଯ୍ୟ କରୁଥିବା ବିଇଓମାନଙ୍କୁ ମଧ୍ୟରୁ ୩୪ଜଣଙ୍କୁ ଯୁଗ୍ମ ନିର୍ଦେଶକ ପଦକୁ ପଦୋନ୍ନତି ହୋଇଛନ୍ତି। ଏହାବାଦ୍ ୭ଜଣ ଓଇଏସଙ୍କୁ ଅତିରିକ୍ତ ନିର୍ଦେଶକ ପଦକୁ ପଦୋନ୍ନତି ଦିଆଯିବାକୁ ଥିଲେ ମଧ୍ୟ ବିଭାଗୀୟ ସଚିବଙ୍କ ଅନୁପସ୍ଥିତି ଯୋଗୁଁ ସଂପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଡ଼ିସେମ୍ବର ସୁଦ୍ଧା ପଦୋନ୍ନତି ମିଳିପାରି ନଥିବା ଶିକ୍ଷା ଅଧିକାରୀମାନେ କହିଛନ୍ତି। ଏହାବାଦ୍ ରାଜ୍ୟ ମୁଖ୍ୟଦପ୍ତରରେ ୧୪ଜଣ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୪୦ଜଣ ଅଧିକାରୀ ପଦୋନ୍ନତି ପାଇବାକୁ ଯୋଗ୍ୟ ଥିଲେ ମଧ୍ୟ ଏହି ସମୟ ମଧ୍ୟରେ ସମସ୍ତ ଏଓଓମାନଙ୍କ ଭିଜିଲାନ୍ସ ଓ ଅନ୍ୟାନ୍ୟ କାଗଜପତ୍ର କ୍ଲିୟରାନ୍ସ ହୋଇ ପାରି ନଥିବାରୁ ମାତ୍ର ୧୪ଜଣଙ୍କୁ ପଦୋନ୍ନତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶନାମାକୁ ନେଇ ବହୁ ଯନ୍ତ୍ରୀ ଓ ଡାକ୍ତରଙ୍କୁ ମଧ୍ୟ ଆଜି ସୁଦ୍ଧା ପଦୋନ୍ନତି ଦିଆଯାଇଛି। ଅନ୍ୟ ଯେଉଁ କର୍ମଚାରୀ ଓ ଅଧିକାରୀ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିଛନ୍ତି ତାଙ୍କୁ ଖୁବଶୀଘ୍ର ସରକାର ପଦୋନ୍ନତି ଦେବେ ବୋଲି ସରକାରଙ୍କ ପକ୍ଷରୁ ଜଣାଯାଇଛି।

Comments are closed.