ରିଜର୍ଭ ବ୍ୟାଙ୍କର ଚେତାବନୀ : ଅନାଦାୟ ଋଣ ୨୦ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁପାରେ

ମୁମ୍ବଇ :ସମ୍ପ୍ରତି ଦେଖାଦେଇଥିବା କରୋନା ପ୍ରଭାବରୁ ଦେଶର ଅର୍ଥନୀତି ସଙ୍କଟଜନକ ସ୍ଥିତି ​‌ଦେଇ ଗତି କରୁଛି । ଏଭଳି ସମୟରେ ଦେଶରେ ଅନାଦାୟ ଋଣ ୨୦ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁପାରେ ​‌ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଚେତାଇ ଦେଇଛି । କେନ୍ଦ୍ରୀୟ ବ୍ୟାଙ୍କର କହିବାନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଅନାଦାୟ ଋଣ ୨୦୨୧ ମାର୍ଚ୍ଚ ସୁଦ୍ଧା ୧୨.୫%କୁ ଛୁଇଁପାରେ । ଚଳିତବର୍ଷ ମାର୍ଚ୍ଚରେ ଏହା ୮.୫% ରହିଥିଲା । ଆହୁରିମଧ୍ୟ ଆଗକୁ ଋଣ ଅସୁଲି ମାନ୍ଦା ପଡିବା ବା ଅନାଦାୟ ଋଣ ପରିମାଣ ବଢ଼ିଚାଲିଲେ ଏହା ୧୪.୭%ରେ ପହଞ୍ଚିଯିବ ବୋଲି ଆର୍‌ବିଆଇ ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚରେ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଅନାଦାୟ ଋଣ ୧୧.୫% ରହିଥିବାବେଳେ ୨୦୧୯ରେ ଏହା ୯.୩%କୁ ହ୍ରାସ ଘଟିଛି । ତେବେ ଚଳିତବର୍ଷ ମାର୍ଚ୍ଚରେ ଅନାଦାୟ ଋଣ ୮.୫%କୁ ଖସିଆସିଛି । ରିଜର୍ଭ ବ୍ୟାଙ୍କର ଏହି ତଥ୍ୟ ସୂଚାଇ ଦେଉଛି ଯେ, କିଭଳି ଭାବେ ବର୍ଷ ପରେ ବର୍ଷ ଧୀରେ ଧୀରେ ବ୍ୟାଙ୍କଗୁଡିକର ଅନାଦାୟ ଋଣ ପରିମାଣରେ କିଭଳି ଭାବେ ହ୍ରାସ ଘଟିଚାଲିଛି । ଅନାଦାୟ ଋଣ କମିବା ଯୋଗୁ ବ୍ୟାଙ୍କଗୁଡିକର ପୁଞ୍ଜିସ୍ବଚ୍ଛଳତା ହାର ୨୦୧୯ରେ ୧୫% ରହିଥିବାବେଳେ ଚଳିତବର୍ଷ ଏହା ୧୪.୮%କୁ ଖସିଆସିଛି ।

Comments are closed.