ବ୍ୟାଙ୍କ ସ୍ଥାୟୀ ଜମାର ସୁଧ ହାର ବୃଦ୍ଧି

0

ନୂଆଦିଲ୍ଲୀ : ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସ୍ଥାୟୀ ଜାମା ରାଶି ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ସୁଧ ହାର ବୃଦ୍ଧି କରିଥିବା ବ୍ୟାଙ୍କଗୁଡିକ ମଧ୍ୟରେ ରହିଛନ୍ତି ଏସବିଆଇ, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କ ରହିଛନ୍ତି। ଏହି ସୁଧହାର ବୃଦ୍ଧି ପରେ କାନାରା ବ୍ୟାଙ୍କର ଏକବର୍ଷର ସ୍ଥାୟୀ ଜମା ଉପରେ ସୁଧହାର ୭.୦୦ ରହିଥିବାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୬.୭୫, ଏଚଡିଏଫସିର ୭.୩୦, ଆଇସିଆଇସିଆଇ ବ୍ୟାଙ୍କର ୬.୯୦ ଓ ଆକ୍ସିସ ବ୍ୟାଙ୍କର ସୁଧହାର ୭.୧୦ ରହିଛି। ନଭେମ୍ବର ୧୯ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ବୈଠକ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ବ୍ୟାଙ୍କଗୁଡିକ ସୁଧର ହାର ବୃଦ୍ଧି କରିଛନ୍ତି।

Leave A Reply