ହାଲକା ଓ ପୁନଃ ବ୍ୟବହାର ଯୋଗ୍ୟ ପିପିଇ ପ୍ରସ୍ତୁତ କଲା ଦିଲ୍ଲୀ ଆଇଆଇଟି

ସମାଜ ପୋର୍ଟାଲ ଡେସ୍କ: ଦେଶରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପି.ପି.ଇ.ର ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ଆଇ.ଆଇ.ଟି. ଦିଲ୍ଲୀର ବୟନଶିଳ୍ପ ବିଭାଗ ପକ୍ଷରୁ କମ୍‍ ଓଜନ ବିଶିଷ୍ଟ ପି.ପି.ଇ. ନିର୍ମାଣ କରାଯାଇଛି। ବୟନଶିଳ୍ପ ବିଭାଗୀୟ ମୁଖ୍ୟ ଡକ୍ଟର ଏସ୍‍.ଏମ୍‍. ଇସ୍ତାକ ଓ ତାଙ୍କ ପିଏଚଡି ଛାତ୍ର ତଥା କାନପୁର ଡିଆରଡିଓର ସହ ନିର୍ଦ୍ଦେଶକ ବିଶ୍ୱ ରଞ୍ଜନ ଦାସ ଏଭଳି ପି.ପି.ଇ. ନିର୍ମାଣ କରିବାରେ ସଫଳ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଏହି ପି.ପି.ଇ. ପୂରଣ କରୁଥିବା କୁହାଯାଇଛି। ଏହା ୯୯ଦଶମିକ୍‍ ୮ପ୍ରତିଶତ ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ପ୍ରତିରୋଧ କରିବାର କ୍ଷମତା ରଖିଛି। ବିଭାଗୀୟ ମୁଖ୍ୟ ଡକ୍ଟର ଏସ୍‍.ଏମ୍‍. ଇସ୍ତାକ କହିଛନ୍ତି, ଏହି ପି.ପି.ଇ. ବ୍ୟବହାର କରି ଅତି ସହଜରେ ଶ୍ୱାସକ୍ରିୟା ମଧ୍ୟ ସମ୍ପାଦନ କରାଯାଇ ପାରୁଛି ଓ ଏହା ପୁନଃ ବ୍ୟବହାର ଯୋଗ୍ୟ। ସେ କହିଛନ୍ତି, ଏହାର ଦାମ ମାତ୍ର ୯୦୫ ଟଙ୍କା ରଖାଯାଇଥିବା ବେଳେ ଆଗାମୀ ଦିନରେ କରୋନା ମହାମାରୀ ମୁକାବିଲା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ।

Comments are closed.