କୋଭିଡ୍‍-୧୯ର ଚିକିତ୍ସା : ଆୟୁର୍ବେଦିକ ଔଷଧର ବ୍ୟବହାର ନେଇ ଆରମ୍ଭ ହେଲା ଗବେଷଣା

ନୂଆଦିଲ୍ଲୀ : ଆୟୁଷ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ମିଶି କୋଭିଡ୍‍-୧୯ର ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧର ବ୍ୟବହାର ସଂକ୍ରାନ୍ତରେ
ଗବେଷଣା ଆରମ୍ଭ କରିଛି । ଏଥିପାଇଁ ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡୁଚି ଓ ପିପଳୀର ମିଶ୍ରଣରେ ଏକ ଆୟୁର୍ବେଦିକ ଔଷଧର ପରୀକ୍ଷା କରାଯିବ । ଆୟୁଷ
ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ବିଜ୍ଞାନ ଶିଳ୍ପ ଗବେଷଣା ମାଧ୍ୟମରେ ଏହି
ଅଧ୍ୟୟନ କରାଯିବ । ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ସହ ଏହି
ଗବେଷଣାର ଶୁଭାରମ୍ଭ କରିଛନ୍ତି ।

Comments are closed.