ଶାବକ ଜନ୍ମ ଦେଲା ଉଦ୍ଧାର ବଜ୍ରକାପ୍ତା

ବାରିପଦା: ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ବଜ୍ରକାପ୍ତା ମା’ ହୋଇଛି। ଗୁରୁବାର ସକାଳ ପ୍ରାୟ ସାଢେ ୯ଟାରେ ଏକ ଶାବକ ଜନ୍ମ ଦେଇଛି। ଉଭୟ ମାଆ ଓ ଛୁଆ ବଜ୍ରକାପ୍ତା ସୁସ୍ଥ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ବାରିପଦା ରେଞ୍ଜ ଅନ୍ତର୍ଗତ କୁଳିଅଣା ନିକଟ ଢାବାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ସମ୍ପୃକ୍ତ ଘଟଣାରେ ବନବିଭାଗ ଚାରି ଜଣଙ୍କୁ ଅଟକ ରଖିବା ସହ ଏକ ବୋଲେରୋ ଓ ଗୋଟିଏ କାର ଜବତ କରିଥିଲା।

Comments are closed.