ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ; ୨ ଗିରଫ

ଭୁବନେଶ୍ୱର :କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ବଜ୍ରକାପ୍ତା ସହ ପ୍ରାୟ ୫ କେଜି ୬୫ ଗ୍ରାମ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ସମ୍ପୃକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ୨ ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ସୋନପୁର ବନବିଭାଗକୁ ହସ୍ତାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲାର ରାଜାକୋଠି ନିକଟ ମହାନଦୀ ବ୍ରିଜରୁ ଏହାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାକୁ ବାହାରକୁ ଚାଲଣ ଉଦ୍ଦେଶ୍ୟରେ ରଖାଯାଇଥିଲା ବୋଲି ସୂଚନା ମିଳିଛି।

Comments are closed.