ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗଡ଼ିଗାଁ ଗ୍ରାମ ପଞ୍ଚାୟତର କାହ୍ନୁପୁର ଗ୍ରାମ ନିକଟସ୍ଥ ବିଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଟିକରପଡ଼ା ଗ୍ରାମର ମାତୁରାମ ମୁର୍ମୁ(୩୦) ବୋଲି ଜଣାପଡ଼ିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତନାଘନା ଜାରି ରଖିଛି।

Comments are closed.