ମାନସିକ ବିକୃତ ମହିଳାଙ୍କ ମୃତଦେହ ଉଦ୍ଧାର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ନିକଟ ରାସ୍ତା କଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ଘଟଗାଁ ପୁଲିସ। ଜଣେ ଅଜଣା ମହିଳାଙ୍କ ଶବ ରାସ୍ତା କଡରେ ପଡିରହିଥିବା ଖବର ପାଇ ଘଟଗାଁ ଥାନାଧିକାରୀ ଶ୍ୟାମଘନ ବେହେରା, ସବଇନିସପେକ୍ଟର ମାନସ ରଂଜନ ବେହେରା ପ୍ରମୁଖ ଘଟଣା ସ୍ଥଳରୁ ମହିଳାଙ୍କ ଶବକୁ ଉଦ୍ଧାର କରି ପାଟଣାରେ ବ୍ୟବଛେଦ କରାଇଛନ୍ତି। ସୂଚନା ଅନୁଯାୟୀ ମୃତା ମହିଳା ଜଣଙ୍କ ପାଟଣା ଥାନା କୁଣ୍ଡଳା ଗ୍ରାମର ଶତୃଘ୍ନ ଗିରିଙ୍କ ଝିଅ ବୀଣା ନାଏକ (୪୫)ର ହୋଇଥିବା ବେଳେ ସେ ଠାକୁର ମୁଣ୍ଡା ଥାନା ପଡିଆବେଡାର ଭୀମ ନାଏକଙ୍କୁ ବିବାହ କରିଥିଲେ। ବିବାହ ପରେ ବୀଣାଙ୍କର ମାନସିକ ବିକୃତି କାରଣରୁ ସେ ଏଣେ ତେଣେ ବୁଲାବୁଲି କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ଚିନାମାଳିପଶି ଗ୍ରାମରୁ ମାଗି ଖାଇବା ପରେ ରାତିରେ ବୁଲୁଥିବା ସମୟରେ ରାସ୍ତା କଡ଼ରେ ପଡି କୌଣସି କାରଣରୁ ମୃତ୍ୟୁ ବରଣ କରିଥିବା ତଦନ୍ତକାରୀ ଅଧିକାରୀ ସବ ଇନିସପେକ୍ଟର ମାନସ ରଂଜନ ବେହେରାଙ୍କ ଠାରୁ ସୂଚନା ମିଳିଛି।

Comments are closed.