ଅପହୃତ ହୋଇଥିବା ଠିକାଦାର ଓ ତାଙ୍କ ସହଯୋଗୀ ଉଦ୍ଧାର

ଆସିକା : ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଗୁରୁବାର ଜଣେ ଠିକାଦାର ଓ ତାଙ୍କ ଜଣେ ସହଯୋଗୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଉଦ୍ଧାର କରିଛି। ଉଭୟ ହେଲେ ପ୍ରସନ୍ନ ଗୌଡ ଓ କାଳୁ ଜେନା। ତେବେ ସେମାନଙ୍କୁ କିଏ ଓ କାହିଁକି ଅପହରଣ କରିଥିଲା ତାହା ନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ପ୍ରସନ୍ନ ଓ କାଳୁ କାମ ସାରି ଘରକୁ ଫେରୁଥିଲେ। ହଠାତ ୪ଜଣ ଯୁବକ ଆଲିପୁର ଗ୍ରାମ ରାସ୍ତାରେ ସେମାନଙ୍କୁ ଆକ୍ରମଣ କରିବା ସହ ଅପହରଣ କରି ନେଇଥିଲେ। ଏନେଇ ଉଭୟଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ତାପରେ ପୁଲିସ ଗୁରୁବାର ମଧ୍ୟରାତିରେ ଚଢାଉ କରି ଉଭୟଙ୍କୁ ଉଦ୍ଧାର କରିଥିଲା।

Comments are closed.