ଦାଦନ ଖଟିବାକୁ ଆନ୍ଧ୍ରକୁ ଯାଇଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ରେଳ ଧାରଣାରୁ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ସଦର ମହକୁମାର ମଙ୍ଗରାଜ ସାହିରେ ରହୁଥିବା ୨୫ ବର୍ଷର ଯୁବକ ଗତ ୩ ମାସ ପୂର୍ବରୁ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ବେଳେ ଆଜି ଉକ୍ତ ଯୁବକର ସନ୍ଦେହ ଜନକ ଅବସ୍ଥାରେ ରେଳଧାରଣା ମୃତଦେହ ଉଦ୍ଧାର ହୋଇଛି। ଖବର ପ୍ରକାଶ ପାଇବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ଆଜି ଆନ୍ଧ୍ର କୁ ଯାଇଥିବା ଜଣାପଡିଛି ।

ସୂଚନା ମୁତାବକ ନବରଙ୍ଗପୁର ସହର ସ୍ଥିତ ମଙ୍ଗରାଜ ସାହିରେ ବାସ କରୁଥିବା ସୋମନାଥ ଗୌଡ଼ଙ୍କ ପୁଅ ରବି ଗୌଡ଼ (୨୫) ଗତ ୩ ମାସ ପୂର୍ବରୁ ୨ଜଣ ସାଙ୍ଗ ସହ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ତୁନୁକ ଗ୍ରାମରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଇଥିଲା । ଚିଙ୍ଗୁଡି କମ୍ପାନୀରେ କାମ କରି ୨ଜଣ ସାଙ୍ଗ ସହ ସେଠାରେ ରହୁଥିଲା । ନିକଟରେ ଥିବା ରେଳ ଲାଇନ ରେ ଆଜି ସକାଳୁ ରବିର ମୃତଦେହ ପଡ଼ିଥିବା ଦେଖି କମ୍ପାନୀ ମଲିକ ପରିବାର ଲୋକଙ୍କୁ ଜଣେଇବା ପରେ ଆଜି ପରିବାର ଲୋକେ ଏକ ଗାଡି କରି ଆନ୍ଧ୍ର କୁ ଯାଇଥିବା ବେଳେ ପରିବାର ପକ୍ଷରୁ ତାଙ୍କ ପୁଅ କୁ କେହି ମାରିଦେଇଥିବା ଅଭିଯୋଗ କରିଛନ୍ତି । ତନୁକୁ ରେଲୱେ ପୁଲିସ ଶବ କୁ ଜବତ କରିବା ସହ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି । ପରିବାର ଲୋକେ ପହଂଚିବା ପରେ ମୃତ୍ୟୁ ର କରଣ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

Comments are closed.