ସାଧାରଣତନ୍ତ୍ର ଦିବସ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ୨୦ପ୍ଲାଟୁନ୍‌ ଫୋର୍ସ ମୁତୟନ,ପରେଡ଼ରେ ଭାଗନେବେ ୪୩ ଦଳ

0

କଟକ : ସାଧାରଣତନ୍ତ୍ର ଦିବସ ପାଳନ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତିରୁ ଷ୍ଟାଡିୟମକୁ ସିଲ୍‌ କରିଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରରେ ମୋଟ ୨୦ ପ୍ଲାଟୁନ୍‌ ଫୋର୍ସ ଓ ବିଭିନ୍ନ ଥାନାରେ କାର୍ଯ୍ୟରତ ଅଫିସରଙ୍କୁ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଲାଗି ନଖରାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ୫ପ୍ଲାଟୁନ ଏବଂ ଷ୍ଟାଡିୟମ ଭିତର ଓ ବାହାର ସୁରକ୍ଷା ଲାଗି ୧୫ ପ୍ଲାଟୁନ୍‌ ଫୋର୍ସ ରହିବେ। ଷ୍ଟାଡିୟମ ପରିସରରେ ଡଗ୍‌ ସ୍କ୍ବାଡ୍, ବମ ସ୍କ୍ବାଡ୍‌, ରହିବା ସହ ଏକ ପ୍ଲାଟୁନ୍‌ ଏସ୍‌ଟିୟୁ(ସ୍ପେଶାଲ ଟାକ୍ଟିକାଲ ୟୁନିଟ) ଫୋର୍ସ ମୁତୟନ ରହିବେ। ଜନସାଧାରଣଙ୍କ ପାଇଁ ୨ଟି ଗ୍ୟାଲେରି ଖୋଲାଯିବାର ବ୍ୟବସ୍ଥା ହୋଇଛି।

ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌ରେ ମୋଟ୍‌ ୪୩ଟି ଦଳ ଭାଗ ନେଇଛନ୍ତି ା ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁଲିସ ବାହିନୀ ରହିଥିବା ଡିସିପି ଅଖିଳେଶ୍ବର ସିଂହ କହିଛନ୍ତି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ରାତିରେ ସହରର ବିଭିନ୍ନ ସ୍ଥାନରେ ରୋଡ ବ୍ଲକ୍ିଂ କରାଯାଇ ଯାଞ୍ଚ କରାଯାଉଛି। ହୋଟେଲ, ଲଜିଂଗୁଡିକୁ କଡାକଡି ଯାଞ୍ଚ କରାଯିବା ସହ ରେଳ​‌େ​‌ଷ୍ଟସନ, ଟ୍ୟାକ୍ସିଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡ, ଆଦି ସ୍ଥାନ ଉପରେ ପୁଲିସ କଡା ନଜର ରଖିଛି । କୌଣସି ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୁଲିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

Leave A Reply