ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ୮ଟି ଗୁରୁତ୍ବପୂର୍ଣ୍ଣ କଥା

ଆଉ ମାତ୍ର ୩ ଦିନ ପରେ ସାରା ଦେଶ ପାଳନ କରିବ ୭୧ତମ ସାଧାରଣତନ୍ତ୍ର ଦିବସ। ୧୯୫୦ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସ ପ୍ରତ୍ୟେକ ଭାରତୀୟ ପାଇଁ ଏକ ବିଶେଷ ଓ ଗର୍ବର ଦିନ। ଦୀର୍ଘଦିନ ଇଂରାଜୀ ଶାସନାଧିନ ଥିବା ଭାରତ ୧୯୪୭ ମସିହା ଅଗଷ୍ଟ୧୫ ତାରିଖରେ ସ୍ୱାଧୀନ ହେଲା। ସ୍ୱାଧୀନତାର ୩ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ୨୬ ତାରିଖରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ଖାସ୍ ଦିନର ସ୍ମୃତିକୁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଉଜ୍ଜୀବିତ ରଖିବା ପାଇଁ ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଇ ଆସୁଛି। ତେବେ ଏହି ଦିନ ବିଷୟରେ ଏପରି କିଛି କଥା ଅଛି, ଯାହା ହୁଏତ ଖୁବ୍ କମ୍‌ ଲୋକଙ୍କୁ ଜଣାଥିବ। ଆସନ୍ତୁ ଜାଣିବା ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ୮ଟି ଗୁରୁତ୍ବପୂର୍ଣ୍ଣ କଥା –

୧- ଭାରତ ସ୍ୱାଧୀନ ହେବାର ପ୍ରାୟ ୨ ବର୍ଷ ୧୧ ମାସ ପରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା।
୨- ପ୍ରଥମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅବସରରେ ଗାନ୍ଧିଜୀଙ୍କର ଏକ ପ୍ରିୟ ଗୀତ ‘ଆବାଇଡ୍ ଉଇଥ୍ ମି’ ବଜାଯାଇଥିଲା।
୩- ଭାରତର ସମ୍ବିଧାନ ହେଉଛି ସର୍ବବୃହତ। ଏଥିରେ ୪୪୮ଟି ଅନୁଚ୍ଛେଦ ରହିଛି।
୪- ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ରୂପେ ଯୋଗଦେଇଥିଲେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକାର୍ଣ୍ଣୋ।
୫- ୧୯୬୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ‘ହିନ୍ଦୀ’କୁ ଭାରତର ରାଷ୍ଟ୍ରୀୟ ଭାଷା ବୋଲି ଘୋଷଣା କରାଯାଇଥିଲା।
୬- ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହ ମେଜର ଧ୍ୟାନଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ ହଜାର ନାଗରିକ ସାମିଲ ହୋଇଥିଲେ।
୭- ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ଦିନ ସାଢ଼େ ୧୦ଟା ସମୟରେ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ୩୧ଟି ତୋପ ସଲାମୀ ଦିଆଯାଇଥିଲା।
୮- ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଶପଥ ଗ୍ରହଣ କରିଥିଲେ।

Comments are closed.