ଗୋପବନ୍ଧୁ ଶିକ୍ଷା ମନ୍ଦିରରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

କଟକ: ‘ସମାଜ’ ଦ୍ୱାରା ପରିଚାଳିତ କଟକ ସିଡିଏ ସ୍ଥିତ ଗୋପବନ୍ଧୁ ଶିକ୍ଷା ମନ୍ଦିରରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଶିକ୍ଷା ମନ୍ଦିରର ଅଧ୍ୟକ୍ଷା ସ୍ନିଗ୍ଧା ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲାମାନଙ୍କୁ ସାଧାରଣତନ୍ତ୍ର ଦିବସ ଉପରେ କହିଥିଲେ। ସକାଳୁ ଗୋପବନ୍ଧୁ ଶିକ୍ଷା ମନ୍ଦିରର କୁନି କୁନି ପିଲାମାନେ ଜାତୀୟ ପତାକା ଧରି ସ୍ଥାନୀୟ ଅଂଚଳରେ ପ୍ରଭାତ ଫେରି କରିଥିଲେ। ଦେଖନ୍ତୁ ଭିଡିଓ –

ପିଲାମାନେ ପ୍ରଭାତ ଫେରି ସମୟରେ ଜାତୀୟ ସଂଗୀତ ଗାନ କରିବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Comments are closed.