ସାଧାରଣତନ୍ତ୍ର ଦିବସର ଅତିଥି….କିଏ…କେବେ….?

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ସେହି ଦିନ ଠାରୁ ଭାରତରେ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ, ଅର୍ଦ୍ଧ ସାମରିକ ବାହିନୀ, ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ଭାରତୀୟ ସେନା (ନୌସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ଭାରତର ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଏବଂ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।
ସେହିପରି ଭାରତରେ ସମ୍ବିଧାନ ପ୍ରଣୟନ ହେବା ଦିନ ଠାରୁ ଦେଶରେ ପ୍ରତିବର୍ଷ ଅନ୍ୟ ଦେଶରୁ କିଛି ବିଶେଷ ବ୍ୟକ୍ତିତ୍ବ ଅତିଥି ଭାବେ ଆସିଥାନ୍ତି। ସାଧାରଣତଃ ସାଧାରଣତନ୍ତ୍ର ଦିବସରେ ଅତିଥିଙ୍କୁ ନେଇ ବିଶେଷ ଚର୍ଚ୍ଚା ମଧ୍ୟ ହୋଇଥାଏ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବୋଲଜୋନାରୋ ଯୋଗଦେବେ। ବୋଲଜୋନାରୋ ଜାନୁଆରୀ ୨୪ ରୁ ୨୭ ତାରିଖ ଯାଏଁ ସେ ଭାରତ ଗସ୍ତରେ ରହିବେ । ବୋଲଜୋନାରୋଙ୍କ ସହ ଆସୁଛନ୍ତି ୮ଜଣ ମନ୍ତ୍ରୀ, ବ୍ରାଜିଲ୍ ପାର୍ଲାମେଣ୍ଟର ୪ଜଣ ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀମାନେ ଏବଂ ବ୍ୟାବସାୟିକ ପ୍ରତିନିଧି ଦଳ।
ତେବେ ଆସନ୍ତୁ ଜାଣିବା ୧୯୫୦ରୁ ୨୦୨୦ମସିହା ପର୍ୟ୍ୟନ୍ତ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ଅତିଥି ଭାବେ ଯୋଗ ଦେଇଥିବା ବ୍ୟକ୍ତିତ୍ବଙ୍କ ସମ୍ପୂର୍ଣ୍ଣ ବିବରଣୀ…..

ବର୍ଷ ମୁଖ୍ୟ ଅତିଥି ଦେଶ
୧୯୫୦ ସୁକାଣ୍ଣୋ(ରାଷ୍ଟ୍ରପତି) ଇଣ୍ଡୋନେସିଆ
୧୯୫୧ ରାଜା ତ୍ରିଭୂବନ ବୀର ବିକ୍ରମ ଶାହା ନେପାଳ
୧୯୫୨ ନିମନ୍ତ୍ରଣ କରାଯାଇନଥିଲା  —
୧୯୫୩ ନିମନ୍ତ୍ରଣ କରାଯାଇନଥିଲା  —
୧୯୫୪ ରାଜା ଜିଗମେ ଦୋରଜି ୱାଙ୍ଗଚୁକ୍ ଭୂଟାନ
୧୯୫୫ ଗଭର୍ଣ୍ଣର ଜେନେରାଲ ମଲ୍ଲିକ ଗୁଲାମ ମହମ୍ମଦ ପାକିସ୍ତାନ
୧୯୫୬ ଚାନସେଲର ଆର ଏ ବଟଲର

ମୁଖ୍ୟ ବିଚାପତି କୋଟାରୋ ତନକା

 ଇଂଲଣ୍ଡ

ଜାପାନ

୧୯୫୭ ପ୍ରତିରକ୍ଷା ମନ୍ତ୍ରୀ – ଜୋରଜି ଝୁକୋଭ  ସୋଭିଏତ ୟୁନିୟନ
୧୯୫୮ ମାର୍ଶାଲ ୟେ ଜିଆନିଂ ଚୀନ
୧୯୫୯ ଡ୍ୟୁକ ଅଫ ଇଡ଼ିନବର୍ଗ – ପ୍ରିନ୍ସ ଫିଲିପ  ଇଂଲଣ୍ଡ
୧୯୬୦ ରାଷ୍ଟ୍ରପତି-କ୍ଲିମେଣ୍ଟ ଭୋରୋସିଲୋଭ ୟୁଏସଏସଆର
୧୯୬୧ ରାଣୀ-ଏଲିଜାବେଥ-୨ ଇଂଲଣ୍ଡ
୧୯୬୨ ପ୍ରଧାନମନ୍ତ୍ରୀ-ଭିଗୋ କାମ୍ପମାନ୍  ଡେନମାର୍କ
୧୯୬୩ ରାଜା-ନୋରୋଡୋମ ଶିହାନୋକ କାମ୍ବୋଡ଼ିଆ
୧୯୬୪ ପ୍ରତିରକ୍ଷା ବିଭାଗ ମୁଖ୍ୟ-ଲର୍ଡ ଲୁଇସ୍ ମାଉଣ୍ଟ ବ୍ୟଣ୍ଟେନ  ଇଂଲଣ୍ଡ
୧୯୬୫ ଖାଦ୍ୟ ଓ କୃଷି ମନ୍ତ୍ରୀ-ରାଣା ଅବଦୁଲ ହାମିଦ ପାକିସ୍ତାନ
୧୯୬୬ ନିମନ୍ତ୍ରଣ କରାଯାଇନଥିଲା ନିମନ୍ତ୍ରଣ କରାଯାଇନଥିଲା
୧୯୬୭ ରାଜା-ମହମ୍ମଦ ଜହିର ଖାନ  ଆଫଗାନିସ୍ତାନ
୧୯୬୮ ପ୍ରଧାନମନ୍ତ୍ରୀ-ଆଲେକ୍ସ କୋସିଗିନ ୟୁଏସଏସଆର
ରାଷ୍ଟ୍ରପତି-ଜୋସିପ୍ ବ୍ରୋଜ୍ ଟିଟୋ ଏସଏଫଆର

ୟୁଗୋସ୍ଲାଭିଆ

୧୯୬୯ ପ୍ରଧାନମନ୍ତ୍ରୀ-ଟୋଡୋର ଜିଭକୋଭ୍ ବୁଲଗାରିଆ
୧୯୭୦ ରାଜା-ବୌଦୋଇନ ବେଲଜିୟମ
୧୯୭୧ ରାଷ୍ଟ୍ରପତି-ଜୁଲିଅସ ନାଇରେରେ ତାନଜାନିଆ
୧୯୭୨ ପ୍ରଧାନମନ୍ତ୍ରୀ-ସିଓସାଗୁର ରାମଗୋଲାମ ମୌରିଟିଅସ୍
୧୯୭୩ ରାଷ୍ଟ୍ରପତି-ମୋବୁଟୁ ସେସେ ସେକୋ ଜାଇରେ
୧୯୭୪ ରାଷ୍ଟ୍ରପତି-ଜୋସିଫ ବ୍ରୋଜ ଟିଟୋ ଏସଏଫଆର ୟୁଗୋସ୍ଲାଭିଆ
ପ୍ରଧାନମନ୍ତ୍ରୀ-ଶିରିମାଭୋ ରାଟୱାଟେ ଡିଆସ ବନ୍ଦାରାନୈକେ ଶ୍ରୀଲଙ୍କା
୧୯୭୫ ରାଷ୍ଟ୍ରପତି-କେନେଥ କୌଣ୍ଡା ଜାମ୍ବିଆ
୧୯୭୬ ପ୍ରଧାନମନ୍ତ୍ରୀ-ଜାକ୍ୟୁସ ଚିରାକ ଫ୍ରାନ୍ସ
୧୯୭୭ ପ୍ରଥମ ସେକ୍ରେଟେରୀ ଏଡୱାର୍ଡ ଗିଏରେକ୍ ପୋଲାଣ୍ଡ
୧୯୭୮ ରାଷ୍ଟ୍ରପତି-ପାଟ୍ରିକ ହିଲେରୀ ଆୟଲାଣ୍ଡ
୧୯୭୯ ପ୍ରଧାନମନ୍ତ୍ରୀ-ମାଲକୋମ ଫ୍ରେଜର ଅଷ୍ଟ୍ରେଲିଆ
୧୯୮୦ ରାଷ୍ଟ୍ରପତି-ଭାଲେରି ଜିସକାର୍ଡ ଡ଼ିଏଷ୍ଟେନିଂ ଫ୍ରାନ୍ସ
୧୯୮୧ ରାଷ୍ଟ୍ରପତି-ଜୋସ୍ ଲୋପେଜ ପୋର୍ଟିଲୋ ମେକ୍ସିକୋ
୧୯୮୨ ରାଜା-ଜୁଆନ କାରଲସ୍ ଆଇ ସ୍ପେନ
୧୯୮୩ ରାଷ୍ଟ୍ରପତି-ସେହୁ ସାଗାରି ନାଇଜେରିଆ
୧୯୮୪ ରାଜା-ଜିଗମେ ସିଙ୍ଗେ ୱାଙ୍ଗଚୁକ ଭୂଟାନ
୧୯୮୫ ରାଷ୍ଟ୍ରପତି-ରାଉଲ ଆଲଫୋନସିନ୍ ଆର୍ଜେଣ୍ଟିନା
୧୯୮୬ ପ୍ରଧାନମନ୍ତ୍ରୀ-ଆଣ୍ଡେସ୍ ପାପାଣ୍ଡେ୍ରଓ ଗ୍ରିସ୍
୧୯୮୭ ରାଷ୍ଟ୍ରପତି-ଆଲାନ ଗାରସିଆ ପେରୁ
୧୯୮୮ ରାଷ୍ଟ୍ରପତି-ଜୁନିଅସ୍ ଜୟୱର୍ଦ୍ଦନେ ଶ୍ରୀଲଙ୍କା
୧୯୮୯ ଜେନେରାଲ ସେକ୍ରେଟେରୀ-ନୁଏନ୍ ଭ୍ୟାନ୍ ଲିନ୍ ଭିଏତନାମା
୧୯୯୦ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜୁଗନୌତ ମୌରିଟସ୍
୧୯୯୧ ରାଷ୍ଟ୍ରପତି-ମୌମୁନ ଅବଦୁଲ ଗେୟୁମ୍ ମାଲଦାଭୀସ୍
୧୯୯୨ ରାଷ୍ଟ୍ରପତି-ମାରିଓ ସୋରେସ୍ ପର୍ତ୍ତୁଗାଲ
୧୯୯୩ ପ୍ରଧାନମନ୍ତ୍ରୀ-ଜନ ମେଜର ଇଂଲଣ୍ଡ
୧୯୯୪ ପ୍ରଧାନମନ୍ତ୍ରୀ-ଜୋ ଚୌକ ତୋଙ୍ଗ ସିଙ୍ଗାପୁର
୧୯୯୫ ରାଷ୍ଟ୍ରପତି-ନେଲସନ୍ ମଣ୍ଡେଲା ଦକ୍ଷିଣ ଆଫ୍ରିକା
୧୯୯୬ ରାଷ୍ଟ୍ରପତି-ଡ.ଫର୍ଣ୍ଣାଣ୍ଡୋ ହେନରିକ୍ କାରଡୋସୋ ବ୍ରାଜିଲ
୧୯୯୭ ପ୍ରଧାନମନ୍ତ୍ରୀ-ବାସଡେଓ ପାଣ୍ଡେ ଟ୍ରିନିଡାଡ ଏବଂ ଟୋବାଗୋ
୧୯୮୮ ରାଷ୍ଟ୍ରପତି-ଜାକ୍ୟୁସ୍ ଚିରାକ୍ ଫ୍ରାନ୍ସ
୧୯୯୯ ରାଜା-ବୀରେନ୍ଦ୍ର ବୀର ବିକ୍ରମ ଶାହା ଦେବ୍ ନେପାଳ
୨୦୦୦ ରାଷ୍ଟ୍ରପତି-ଓଲୁସେଗମ୍ ଓବାସାନଜୋ ନାଇଜେରିଆ
୨୦୦୧ ରାଷ୍ଟ୍ରପତି- ଅବଦେଲାଜିଜ ବୈାତେଫ୍ଲିକା ଆଲଜେରିଆ
୨୦୦୨ ରାଷ୍ଟ୍ରପତି-କାସାମ ଉତିମ ମୌରିଟିଅସ୍
୨୦୦୩ ରାଷ୍ଟ୍ରପତି-ମହମ୍ମଦ ଖତାମି ଇରାନ
୨୦୦୪ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ବ୍ରାଜିଲ
2୦୦୫ ରାଜା-ଜିଗମେ ସିଂଗେ ୱାଂଚୁକ ଭୂଟାନ
୨୦୦୬ ରାଜା-ଅବଦୁଲ୍ଲା ବିନ୍ ଅବଦୁଲ୍ଲାଜିଜ୍ ଅଲ-ସଉଦ ସାଉଦି ଆରବ
୨୦୦୭ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ରୁଷ
୨୦୦୮ ରାଷ୍ଟ୍ରପତି-ନିକୋଲାସ୍ ସାର୍କୋଜି ଫ୍ରାନ୍ସ
୨୦୦୯ ରାଷ୍ଟ୍ରପତି-ନୁରସୁଲତାନ ନାଜାରବାଏଭ୍ କାଜକିସ୍ତାନ
୨୦୧୦ ରାଷ୍ଟ୍ରପତି-ଲି ମ୍ୟୁଙ୍ଗ ବାକ୍ ରିପବ୍ଲିକ ଅଫ୍ କୋରିଆ
୨୦୧୧ ରାଷ୍ଟ୍ରପତି-ସୁସିଲୋ ବାମ୍ବାଂ ୟୁଧୋୟୋୟୋନୋ ଇଣ୍ଡୋନେସିଆ
୨୦୧୨ ପ୍ରଧାନମନ୍ତ୍ରୀ-ଇଂଲକ୍ ସିନାୱାର୍ତ୍ତା ଥାଇଲାଣ୍ଡ
୨୦୧୩ ରାଜା-ଜିଗମେ ଖେସର ନାମଗେଲ ୱାଂଗଚୁକ ଭୂଟାନ
୨୦୧୪ ପ୍ରଧାନମନ୍ତ୍ରୀ- ସିଞ୍ଜୋ ଆବେ ଜାପାନ
୨୦୧୫ ରାଷ୍ଟ୍ରପତି-ବାରାକ ଓବାମା ଆମେରିକା(ୟୁଏସଏ)
୨୦୧୬ ରାଷ୍ଟ୍ରପତି-ଫ୍ରାଙ୍କୋଇସ୍ ହୋଲାଣ୍ଡେ ଫ୍ରାନ୍ସ
୨୦୧୭ କ୍ରାଉନ୍-ପ୍ରିନ୍ସ ସେଖ ମହମ୍ମଦ ବିନ ଜାଏଦ୍ ୟୁଏଇ
୨୦୧୮ ସୁଲତାନ ହାସାନାଲ ବୋଲକିଆ

ଜୋକୋ ୱିଡୋଡୋ

ଥୋଙ୍ଗୋଲୋନ ସିସୋଉଲଥି

ପ୍ରଧାନମନ୍ତ୍ରୀ ହଉନ ସେନ୍

ନାଜିବ ରଜାକ

ରାଷ୍ଟ୍ରପତି-ହିତିନ କ୍ୟା

ରୋଡ୍ରିଗୋ ରୋ ଦୁଟେରଟେ

ହାଲିମା ୟାକୋବ

lପ୍ରୟୁଥ୍ ଜାନ-ଓଚା

ଜୁଏନ ଜୁଆନ୍ ଫୁକ୍ୟ

ବ୍ରୁନେଇ

ଇଣ୍ଡୋନେସିଆ

ଲାଓସ୍

କାମ୍ବୋଡିଆ

ମାଲେସିଆ

ମିଆଁମାର

ଫିଲିପାଇନ୍ସ

ସିଙ୍ଗାପୁର

ଇାଇଲାଣ୍ଡ

ଭିଏତନାମା

୨୦୧୯ ରାଷ୍ଟ୍ରପତି-ସାଇରିଲ ରାମାଫୋସା ଦକ୍ଷିଣ ଆଫ୍ରିକା
୨୦୨୦ ରାଷ୍ଟ୍ରପତି-ଜାଇର୍ ବୋଲଜୋନାରୋ ବ୍ରାଜିଲ

 

 

 

 

Comments are closed.