ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ତ୍ରିରଙ୍ଗା ଯାତ୍ରା

ନିମାପଡ଼ା: ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଯୁବ ବିକାଶ ପରିଷଦ ତରଫରୁ ନିମାପଡା ଗୋଲେଇଛକଠାରେ ତ୍ରିରଙ୍ଗା

ପତାକା ଉତ୍ତୋଳନ କରାଯାଇଥିଲା। ଏହା ପରେ ପରିଷଦର ସଦସ୍ୟମାନେ ଏକ ତ୍ରିରଙ୍ଗା ଯାତ୍ରାରେ ବାହାରି ଦୋଳବେଦୀ ଛକଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ମୋହନ ଦାସଙ୍କ ପ୍ରତିମୂର୍ତ୍ତି, ନିମାପଡା ଥାନା ସମ୍ମୁଖ ସହିଦ ଉଚ୍ଛବ ମଳିକ ସ୍ମୃତି ସ୍ତମ୍ଭ, ବାରବାଟୀ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ନିମାପଡା କଲେଜ ପରିସରରେ ଥିବା  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ  କରାଯାଇ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପରିଶେଷରେ ସାମ୍ୟବାଦୀ ଜନନେତା ଲିଙ୍ଗରାଜ ଦାଶ ଓ ସରସ୍ବତୀ ଶିଶୁ ମନ୍ଦିରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ତ୍ରିରଙ୍ଗା ଯାତ୍ରା ଉଦଯାପିତ ହୋଇଥିଲା। ପରିଷଦର ସମର୍ପିତ ସଦସ୍ୟ ଅର୍ଜୁନ ପଣ୍ଡା, ଚନ୍ଦ୍ରକାନ୍ତ ବରାଳ, ଜ୍ୟୋତି ରଞ୍ଜନ ନାୟକ, ଦିଲଜିତ ଶ୍ରୀରାଜ, ସମୀର ରାଉତରାୟ, ସ୍ୱାଧୀନ ବେହେରା, ଜଗନ୍ନାଥ ବେହେରା ପ୍ରମୁଖ ତ୍ରିରଙ୍ଗା ଯାତ୍ରା ପରିଚାଳନା କରିଥିଲେ।

 

Comments are closed.