‘ସମାଜ’ ପ୍ରଭାବ…. କଂକ୍ରିଟ ମରାମତି କାର୍ଯ୍ୟ ଆରମ୍ଭ କଲା ଠିକ ସଂସ୍ଥା

ହରଭଙ୍ଗା : ବୌଦ୍ଧ-କନ୍ଧମାଳ ସୀମାନ୍ତ ଗେଟାମୁଣ୍ଡା ନୂତନ ପୋଲ ନିର୍ମାଣର ୩ମାସ ନପୂରୁଣୁ ବହୁ ସ୍ଥାନରୁ କଂକ୍ରିଟ ଉଠି ଲୁହାଛଡ ଦେଖାଯାଉଥିବା ଏକ ଶୀର୍ଷକ ଖବର ଗତ ୧୪ତାରିଖ ‘ସମାଜ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶର ୪୮ ଘଣ୍ଟା ମଧ୍ୟରେ ପୋଲ ଉପରୁ ଉଠିଥିବା କଂକ୍ରିଟ ଢଳାଇର ପୁନଃ ମରାମତି କାର୍ଯ୍ୟ ଠିକସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ସୂଚନା ଥାଉ କି ପଶ୍ଚିମ ଓଡିଶା ସହିତ ଦକ୍ଷିଣ ଓଡିଶାକୁ ଯୋଗାଯୋଗ ସୁଗମ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ନୂତନ ପୋଲ କାର୍ଯ୍ୟ ନିମ୍ନମାନର ଯୋଗୁଁ ପୋଲ ଉପରିସ୍ଥ ଛାତର ବହୁ ସ୍ଥାନରେ କଂକ୍ରିଟ ଉଠିବା ସହିତ ଲୁହାରଡ ବାହାରି ପଥଚାରୀଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟିଥିଲା। ଏଭଳି ଘଟଣାରେ ଜାତୀୟରାଜପଥଙ୍କ ତୁରନ୍ତ ପଦକ୍ଷେପକୁ ସାଧାରଣରେ ପ୍ରଂଶସା କରାଯାଇଛି।

Comments are closed.