ବଜାର ପ୍ରବେଶ କଲା ଇଲେକ୍ଟ୍ରିକ ସ୍କୁଟର ‘ରିଓ ଇଲାଇଟ’ : ଥରେ ଚାର୍ଜରେ ୬୫ କି.ମି ମାଇଲେଜ

ନୂଆଦିଲ୍ଲୀ : ଆମ୍ପିୟର ଭେଇକିଲସ ପ୍ରଇଭେଟ ଲିମିଟେଡ ତାର ନୂଆ ଇଲେକ୍ଟ୍ରିକ ସ୍କୁଟର ‘ରିଓ ଇଲାଇଟ’ ବଜାର ପ୍ରବେଶ କରିଛି। ଏହା ଯୁବବର୍ଗଙ୍କୁ ନଜରରେ ରଖି ନିର୍ମାଣ କରାଯାଇଛି। ଏହି ସ୍କୁଟର ସହ ଗ୍ରାହକଙ୍କୁ ମାଗଣରେ ଏକ ହେଲମେଟ ଦିଆଯାଉଛି। ଏହାର ୪ଟି କଲର କଳା, ଧଳା, ନାଲ ଏବଂ ନୀଳ ରଙ୍ଗ ବଜାରକୁ ଛଡାଯାଇଛି।

image credit- bike wale

ଏହି ଇଲେକ୍ଟ୍ରି ସ୍କୁଟର ‘ରିଓ ଇଲାଇଟ’ର ଏକ୍ସ ସୋ ରୁମ ମୂଲ୍ୟ ୪୫ ହଜାର ଟଙ୍କା ରଖାଯାଇଥିବା ବେଳେ ଏହାର ବୁକୁଙ୍ଗ ୨୩ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି। ଗ୍ରାହକମାନେ ୧,୯୯୯ ଟଙ୍କା ଦେଇ ଆମ୍ପିୟର ଓ୍ବେବସାଇଟକୁ ଯାଇ ବୁକ କରିପାରିବେ।

ରିଓ ଇଲାଇଟରେ ୨୫୦ ଓ୍ହଟର ମୋଟର ଏବଂ ୪୮ ଭୋଲ୍ଟ- ୨୦ଏଚର ଲେଡ ବ୍ୟାଟେରୀ ଦିଆଯାଇଛି। ଏହି ବ୍ୟାଟେରୀକୁ ଥରେ ପୂର୍ଣ୍ଣ ଚାର୍ଜ କଲେ ୫୫ରୁ ୬୫ କି.ମି ପର୍ଯ୍ୟନ୍ତ ଯାଇପାରିବ। ଏହି ରିଓ ଇଲାଇଟ ସ୍କୁଟରଟି ବହୁତ ହାଲୁକା ରଖାଯାଇଛି। ଏହାର ଓଜନ ୮୬ କି.ଗ୍ରା ରହିଥିବାବେଳେ ଏହା ୧୩୦ କେ.ଜି ଓଜନ ବହନ କରିପାରିବର କ୍ଷମତା ରଖିଛି। ଏହି ଇଲେକ୍ଟ୍ରି ସ୍କୁଟରରେ ଆଗ ଏବଂ ପଛରେ ଡ୍ରମ ବ୍ରେକ ଦିଆଯାଇଛି।  ଏହାର ଲମ୍ବା ୧୬୭୦ ଏମଏମ ଥିବାବେଳେ ଚଉଡା ୬୪୦ ଏମଏମ ଓ ଉଚ୍ଚା ୧୧୧୦ ଏମଏମ ରହିଛି। ଏଥିରେ ଚାର୍ଜ କରିବା ପାଇଁ ମଧ୍ୟ ସୁବିଧା ଦିଆଯାଇଛି।

Comments are closed.