ପରଲୋକରେ ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ

ଇନ୍ଦୋର : ଜଣାଶୁଣା ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କର ପରଲୋକ ହୋଇଛି । ଇନ୍ଦୋରର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ରାହତ ଇନ୍ଦୋରୀ ଗତକାଲି କରୋନା ସଂକ୍ରମିତ ଜଣାପଡିବା ପରେ ମଧ୍ୟପ୍ରଦେଶର ଇନ୍ଦୋର ଏକ ହସ୍ପିଟାଲରେ ଭର୍ତ୍ତିହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ରାହତ ଇନ୍ଦୋରୀ କେବଳ ଜଣେ କବି ଭାବରେ ନୁହେଁ ଉର୍ଦ୍ଦୁ ପ୍ରଫେସର ଭାବେ ମଧ୍ୟ ପ୍ରସିଦ୍ଧ । ରାହତ ଇନ୍ଦୋରୀ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ଅନେକ କବିତା ଲେଖିଛନ୍ତି। ନିଜ ଜୀବନ କାଳରେ ସେ ଅନେକ ଉର୍ଦ୍ଧୁ କବିତା ଲେଖିଥିଲାବେଳେ ନିକଟରେ “ବୁଲାତି ହୈ ମଗର ଜାନେ କା ନେହିଁ” ଭଳି ତାଙ୍କ କବିତାର ଏକ ପକ୍ତି ଟ୍ରେଣ୍ଡ ସେଟର୍ ପାଲଟିଥିଲା । ଜାନୁଆରୀ ୧, ୧୯୫୦ରେ ଜନ୍ମିତ ଏହି ମହାନ କବି “ମୁନ୍ନା ଭାଇ ଏମ୍‌ବିବିଏସ୍” ଓ “ମର୍ଡର” ଭଳି ଫିଲ୍ମରେ ମଧ୍ୟ ଗୀତ ଲେଖିଥିଲେ ।

Comments are closed.