ଦୁଇ ବର୍ଷ ପରେ କlଠଡେରାରେ ପୁଣି ରଥମେଳଣ

ରେଙ୍ଗାଲିକ୍ୟାମ୍ପ: ନିପଟ ନିଘଞ୍ଚ ବୁଦୁବୁଦିଆ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ପୁଣି ଅନେକ ରଥର ସମ୍ଭାର ନେଇ ଅନୁଷ୍ଠିତ ହେଉଥିବା ବରଗଡ ଜିଲ୍ଲା ଅତାବିରା ବ୍ଲକର ଗୁଣ୍ଡିଚାଧାମ୍ କାଠଡେରାର ରଥମେଳଣ ଅତି ନିଆରା। ଏହି ଅଞ୍ଚଳଟି ଲୋକଲୋଚନକୁ ଆସି ତାର ବକ୍ଷ ଭିତରକୁ ହଜାର ହଜାର ଭକ୍ତଙ୍କୁ ଟାଣି ଆଣିବାରେ ରହିଛି ଅନେକ ବ୍ୟକ୍ତି ବିଶେଷଙ୍କ ସପ୍ନ, ଆବେଗ ଓ ପରିକଳ୍ପନା। ସେମାନେ ଯେଉଁ ସପ୍ନ ଦେଖିଥିଲେ ଆଜି ତାହା ବାସ୍ତବରେ ପରିଣତ ହୋଇଛି। ଏହି ପୀଠ ସ୍ଥଳୀକୁ ୬ ଖଣ୍ଡ ଗାଆଁରୁ ସୂସଜ୍ଜିତ ହୋଇ ୬ଟି ରଥ କେଉଁ ଆବାହମାନ କାଳରୁ ଟଣା ହୋଇ ଆସୁଛି। ସେ ପୁଣି ସର୍ବ ଧର୍ମ ସମନ୍ବୟର ଠାକୁର। ଏଠାରେ କୌଣସି ଧର୍ମ ମଧ୍ୟରେ ଭେଦ ଭାବ ନଥାଏ, ସମସ୍ତେ ପ୍ରଭୁଙ୍କର। ତାଙ୍କୁ ଦେଖିବା ପାଇଁ ଦୂର ଦୂରାନ୍ତରରୁ ଧାଇଁ ଆସିଛନ୍ତି ଆଜି ହଜାର ହଜାର ଭକ୍ତ। ରଥଗୁଡ଼ିକର ମେଳଣ ହୋଇ ଦୀର୍ଘ ଦଶ ଦିନ ଧରି ମାଉସୀ ଘର ପାଲଟିଯିବ ଏହି ମହାନ୍ ପୀଠ। ବର୍ଷକରେ ଥରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସେଥିରେ ନେଇ ସେ ଓହ୍ଲାଇ ଆସନ୍ତି ଏଇ ପବିତ୍ର ଗୁଣ୍ଡିଚା ଧାମକୁ। ଏହା ବ୍ୟତୀତ ଅତାବିରା, ଜହ୍ମାପଡ଼ା, ଟାଙ୍ଗରପାଲି, ପତ୍ରାପlଳି, ଗୋଡ଼ଭଗା, ଟୋପ ଆଦି ସ୍ଥାନମାନଙ୍କରେ ମଧ୍ୟ ମହା ସମାରୋହରେ ରଥଯାତ୍ରା ହୋଇଯାଇଛି। ଭକ୍ତମାନେ ଆନନ୍ଦର ସହ ରଥ ଟାଣିଥିଲେ।

Comments are closed.