କାର ଧକ୍କାରେ ଚା’ ଦୋକାନ ଚୁରମାର

ରେଙ୍ଗାଲିକେମ୍ପ: ଆଜି ବିଳମ୍ୱିତ ରାତ୍ରୀରେ ୫୩ ନଂ ଜାତୀୟ ରାଜପଥରେ ବୋକାରୋରୁ ଭିଲାଇ ଯାଉଥିବା ଏକ କାର ଅତାବିରା ଏନ୍ଏସି ଅନ୍ତର୍ଗତ ଲାଦେରପାଳି ଛକ ଠାରେ ଚକ ଭ୍ରଷ୍ଟ ହୋଇଯିବାରୁ ଛକରେ ଥିବା ଜିଲାମ ବେହେରା ଚାହା ଦୋକାନ ଉପରକୁୁମାଡ ଯାଇଥିଲା। ଫଳରେ ଦୋକାନଟି ସମ୍ପୂର୍ଣ୍ଣ ରୂପେ ଚୁରମାର୍ ହୋଇଯାଇଛି। ପାଟ୍ରୋଲିଂ କରୁଥିବା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଦୁର୍ଘଟଣା ହୋଇଥିବା ଗାଡ଼ିଟିକୁ ଉଦ୍ଧାର କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଏହି କାର ଦୁର୍ଘଟଣା ରାତିରେ ହୋଇଛି, ଦିନ ବେଳା ହୋଇଥିଲେ ଦୋକାନୀ ସହ ଆଉ ଅନେକ ଲୋକଙ୍କ ଜୀବନ ଚାଲିଯାଇଥାନ୍ତା।

 

ଦୋକାନୀ ସାମଗ୍ରି ଉପରେ କ୍ଷତିପୂରଣ ଦେବା ପାଇଁ ଅତାବିରା ପୁଲିସ ତା’ର ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏହି ଛକରେ ବାରମ୍ବାର ଅନେକ ଦୁର୍ଘଟଣା ଘଟି ଚାଲିଛି, ତେଣୁ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ପ୍ରଶାସନ ପକ୍ଷରୁ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.