ସାମାଜିକ ଦୂରତା ଭୁଲି ପିଲାଙ୍କ ମାଛଧରା

ରେଙ୍ଗାଲିକେମ୍ପ: ଅତାବିରା ୱାର୍ଡ ନଂ ଆଠ ଏନ୍ ଏ ସି କାର୍ଯ୍ୟାଳୟ ପାଖରେ ଥିବା ହରିଜନ ପଡ଼ାରେ ଶାସ୍ତ୍ରୀ ନଗର ମଝିରେ ବହିଯାଇଛି ଏକ ବଡ଼ ନାଳା। ଏହି ନାଳାରେ କେନାଲ ପାଣି ସହ ସହରର ଅନେକ ସ୍ଥାନର ମଇଳା ପାଣି ସହ କୁଢ଼ କୁଢ଼ ଆବର୍ଜନା ପଡ଼ିରହି ପଚାସଢା ହୋଇ ପ୍ରବଳ ଦୁର୍ଗନ୍ଧ ହୋଇଥାଏ। ଏବେ କେନାଲ ପାଣି ବନ୍ଦ ଥିବା ବେଳେ ଏହି ନାଲାର ପାଣି ପୁରା କଳା ଓ ତୀବ୍ର ଗନ୍ଧଯୁକ୍ତ ହୋଇପଡିଛି। କିନ୍ତୁ ଏହି ଦୂର୍ଗନ୍ଧମୟ ନlଳା ଭିତରେ ଆଣ୍ଠୁଏ ପାଣିରେ ବୁଡ ରହି ଏହି ବସ୍ତିର ଛୋଟ ଛୋଟ ପିଲାମାନେ ମାଛ ଧରୁଥିବା ଦୃଶ୍ୟ ଦେଖିଲେ ମନରେ ଆପେ ଆପେ ପ୍ରଶ୍ନ ଉଠୁଛି ଯେ ଏହି ପିଲାମାନେ ସୁରକ୍ଷିତ ଅଟନ୍ତି ତ?

ପାଠପଢା କଥା ଦୁରେ ଥାଉ, ବିଦ୍ୟାଳୟ କଥା ବି ଏହି ପିଲାମାନେ ସମ୍ପୂର୍ଣ ରୂପେ ଭୁଲି ଗଲେଣି। ଏହି ଦୁର୍ଗନ୍ଧ ନାଳରେ ଏମାନଙ୍କ ମାଛଧରାକୁ ଦେଖିଲେ ଲାଗୁଛି ଏମାନଙ୍କ ପାଇଁ କରୋନା ସଂକ୍ରମଣର ଭୟାବହତା ମାତ୍ର ଏକ ପ୍ରହେଳିକା ବ୍ୟତୀତ ଅନ୍ୟ କିଛି ନୁହେଁ।

Comments are closed.