ଆନ୍ତଃ ମହାବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପି, ଝାଡେଶ୍ୱରୀ ମହାବିଦ୍ୟାଳୟ ଧମା ଚମ୍ପିୟାନ

ରେଙ୍ଗାଲି କ୍ୟାମ୍ପ: ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏହି ଉଦଯାପନୀ ଉତ୍ସବରେ ବରଗଡ଼ ପୁର୍ବତନ ସାଂସଦ ଡଃ ପ୍ରଭାସ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଅଧ୍ୟାପକ ଶ୍ରୀ ରମଣୀ ରଞ୍ଜନ ସାହୁ ଓ ପରିଚାଳନା କମିଟିର ସଭାପତି ରବି ନାରାୟଣ ପଣ୍ଡା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ମହାବିଦ୍ୟାଳୟର ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ।

ପ୍ରଥମ ଜୋନାଲ ସେମି ଫାଇନାଲରେ ପଞ୍ଚାୟତ ମହାବିଦ୍ୟାଳୟ ଓ ସିଣ୍ଡୋଲ ମହାବିଦ୍ୟାଳୟ ମୁହାଁମୁହିଁ ହୋଇଥିଲେ। ସେହିପରି ଦ୍ବିତୀୟ ଜୋନାଲ ସେମି ଫାଇନାଲରେ ତୋରା ଡିଗ୍ରୀ କଲେଜ ଓ ଯଶୋଦା ବିଷ୍ଣୁ କଲେଜ ଏବଂ ସରଧା ପାଲି ଓ ସୁନ୍ଦରଗଡ଼ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା। ପଞ୍ଚାୟତ ମହାବିଦ୍ୟାଳୟ ଓ ତୋରl ଡ଼ିଗ୍ରୀ କଲେଜ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ୧-୦ ରେ ତୋରl ବିଜୟୀ ହୋଇଥିଲା। ଗ୍ରୁପ ବି ଜୋନରେ ଲଇଡ଼l କଲେଜ ଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବିଜୟୀ ହୋଇଥିବା ଝାଡେଶ୍ୱରି କଲେଜ ଧମା ଓ ତୋରl କଲେଜ ମଧ୍ୟରେ ଫାଇନାଲ ଖେଳରେ ଝାଡେଶ୍ୱରି କଲେଜ ୨-୦ ରେ ତୋରାକୁ ହରାଇ ଚାମ୍ପିଅନ ହୋଇଥିଲା। ଉଭୟ ଦଳକୁ ମୁଖ୍ୟ ଅତିଥି ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ।

Comments are closed.